ଦୁଇଦିନର ଶିଶୁକୁ ଫିଙ୍ଗିଦେଇ ପାଞ୍ଚ ବର୍ଷ ପରେ ମାଗୁଛି ଜନ୍ମକରିଥିବା ମା’, ଯଶୋଦା ମାଆଙ୍କ କାହାଣୀ, ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଦୁଇଦିନର ପିଲାକୁ ପିଙ୍ଗିଦେଲା ମା ଓ ପାଞ୍ଚ ବର୍ଷପରେ ମାଗୁଛି ଛୁଆ ମୋର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭାଥାନା ପାଳୁର ର ଗଜପତି ଅଞ୍ଚଳର ସୁନିତା ବେହେରା ଛୁଆ ମୋର ଦାବି କରି ଗଜାମ ଜିଲ୍ଲାର ଥିବା ଗୀତା ଦାସ ଓ ସନ୍ତୋଷ ଦାସ ତାଙ୍କ ଛୁଆକୁ ପାଞ୍ଚ ବର୍ଷତଳେ ଚୋରୀ କରି ନେଇଯାଇଥିବାର ଅଭିଯୋଗ କରିଛନ୍ତି ।

ପାଞ୍ଚ ବର୍ଷତଳେ ଜନ୍ମକରିଥିବା ମା ପୁଅକୁ ମାତ୍ର ଦୁଇଦିନ ହେଇଥିବା ବେଳେ ଆବର୍ଜନା ଡବାରେ ଫିଙ୍ଗିବାକୁ ଯାଇଥିଲେ ଏବଂ ଛୁଆଟି କାନ୍ଦିବା ହେତୁ ତା’ପାଟି କୁ ଜୋର ରେ ଚାପି ଦେଇଥିଲେ । ତେବେ ସଂପୂର୍ଣ୍ଣ ଘଟଣାଟି ଦେଖିଥିବା ସନ୍ତୋଷ ଦାସ ଯିଏ ଜଣେ ଅଟୋ ଚାଳକ ଥିଲେ । ସେ ତୁରନ୍ତ ସୁନିତାଙ୍କ ପାଖକୁ ଆସି ଛୁଆ କୁ କାହିଁକି ପୋଫାଡୁଛୁ ।
ସୁନିତା କହିଥିଲେ ଯେ ମୋ ସ୍ଵାମୀ ମୋତେ ଭଲରେ ଦେଖୁନି ମୁଁ ଏହି ସାନ ଛୁଆର ଦାୟିତ୍ଵ କିପରି ନେଇପାରିବି । ତେବେ ସନ୍ତୋଷ ତାଙ୍କୁ କହିଥିଲେ ମୁଁ ଏହି ଛୁଆକୁ ନେଇକି ଯିବି ଓ ତାହାର ଲାଳନପାଳନ କରିବି । ଗତପାଞ୍ଚ ବର୍ଷ ଧରି ପିଲାଟି ଏହି ଦମ୍ପତିଙ୍କ ପାଖରେ ବଢିଥିଲା । ମାତ୍ର ପାଞ୍ଚ ବର୍ଷପରେ ଏହି ଜନ୍ମକରୁଥିବା ମା ହଠାତ ଆସି ପିଲାକୁ ଫେରାଇ ଦେବାର ଦାବି କରିଥିଲେ ।

ତେବେ ସାନ ବେଳୁ ବହୁତ ପ୍ରେମ ଶ୍ରଦ୍ଧାରେ ବଢାଇଥିବା ପୁଅକୁ ଦେବାକୁ ଯଶୋଦା ମା’ଙ୍କ ହୃଦୟ ବିଚଳିତ ହୋଇ ମନା କରିଥିବା କାରଣରୁ । ସୁନିତା ପୋଲିସଥାନାରେ ଛୁଆକୁ ପାଞ୍ଚ ବର୍ଷତଳେ ସ୍ଵାମୀସ୍ତ୍ରୀ ହରଣ କରି ନେଇଥିବା ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଘଟଣାକୁ ପରୀକ୍ଷଣ କରି ପୁଅ କୁ କାହାକୁ ଦେବେ ଏହାର ନିର୍ଣ୍ଣୟ ଶୀଘ୍ର ଜଣାବେ ବୋଲି କହିଛନ୍ତି ।
ସୁନିତାଙ୍କ DNA ପରୀକ୍ଷା କରିବାକୁ ଦାବିକରିଛନ୍ତି ଗୀତା ଦାସ । ପୋଲିସ ଉଭୟ ମହିଳାଙ୍କୁ CWC କୋର୍ଟ ରେ ହାଜିର କରାଇ ଅଦାଲତଙ୍କ ଘୋଷଣା ଅନୁସାରେ ପିଲା ଦାୟିତ୍ଵ କାହାକୁ ଦିଆଯିବ କୁହାଯିବ। ଛୁଆ କାହାକୁ ଦିଆଯିବ ଦେବକୀ ମା ନା ଯଶୋଦା ମା ‘ଙ୍କୁ ।



