ଜୀବନଶୈଳୀ

ଟ୍ରକ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ, ୧ ଗୁରୁତର

ଭଦ୍ରକ :  ଦୁର୍ଘଟଣା ନେଲା ଦୁଇ ଜୀବନ ।  ଟ୍ରକ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ।  ଅନ୍ୟ ଜଣେ ଗୁରୁତର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ ନିକଟରେ ଦୁର୍ଘଟଣା ଘଟିଛି ।  ମୃତକଙ୍କ ପରିଚୟ ମିଳିନାହିଁ । ପଶ୍ଚିମବଙ୍ଗରୁ ୩ ଜଣ ଯୁବକ ବାଇକରେ ଭୁବନେଶ୍ବର ଅଭିମୁଖେ ଯାଉଥିଲେ।

ବନ୍ତ ଛକରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।   ଅନ୍ୟ ଜଣେ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button