ଓଡିଶା

ବର୍ଡରରେ ସ୍ବାମୀ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସ୍ତ୍ରୀ

ସମ୍ବଲପୁର : ବର୍ଡରରେ ସ୍ବାମୀ, ଆଖିବୁଜିଲେ ସ୍ତ୍ରୀ ଏତେ ବଡ଼ ଦୁନିଆରେ ଏକା ହୋଇଗଲା ୧୫ ଦିନର ଶିଶୁ କନ୍ୟା । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଲିପି ଗଣ୍ଡ ।

ଖବର ଅନୁଯାୟୀ, ଏପ୍ରିଲ ୨୮ ତାରିଖରେ ବୁର୍ଲା ଭିମସାରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଦେବରାଜଙ୍କ ସ୍ତ୍ରୀ ଲିପି ଗଣ୍ଡ। ଏହି ସମୟରେ ଲିପିଙ୍କ ସହ ହସପିଟାଲରେ ଥିଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଟେଙ୍ଗନାମାଲ ଗାଁର ଦେବରାଜ ।  ଲିପିଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।  ହେଲେ ସେପଟେ ବର୍ଡରରୁ ଆସିଲା ଫୋନ୍ । ମାଟି ମାଆର ସେବା ପାଇଁ ରୋଗୀଣା ସ୍ତ୍ରୀକୁ ହସପଟିଲାରେ ଛାଡି କ୍ରମକ୍ଷେତ୍ରକୁ ଫେରିଯାଇଥିଲେ ଦେବରାଜ । ଗତକାଲି ବିଳମ୍ବିତ ରାତିରେ ଲିପିଙ୍କ ମୃତ୍ୟୁ ହୋଇଛି । ଦେବରାଜ ବର୍ତ୍ତମାନ ଅରୁଣାଚଳପ୍ରଦେଶ ବର୍ଡରରେ ଡ୍ୟୁଟି କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button