ଦେଶ ବିଦେଶ

ଭାରତକୁ ପ୍ରଥମ ଥର ‘ଶତ୍ରୁ ରାଷ୍ଟ୍ର’ କହିଲା କାନାଡା, ଏହି ସବୁ ଦେଶ ତାଲିକାରେ କଲା ସାମିଲ

ନୂଆଦିଲ୍ଲୀ: କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କ ସରକାର ପ୍ରଥମ ଥର ପାଇଁ ସରକାରୀ କାଗଜପତ୍ରରେ ଭାରତକୁ ‘ଶତ୍ରୁ ରାଷ୍ଟ୍ର’ ବୋଲି କହିଛନ୍ତି । ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଛି କାନାଡା । କାନାଡାର ରାଷ୍ଟ୍ରୀୟ ସାଇବର ବିପଦ ଆକଳନ ୨୦୨୫-୨୬ ରିପୋର୍ଟରେ ଭାରତକୁ ବିପଦ ଥିବା ଦେଶଗୁଡ଼ିକ ତାଲିକାରେ ସାମିଲ କରାଯାଇଛି । ଏହି ରିପୋର୍ଟକୁ କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ବାରା ଜାରି କରାଯାଇଛି ।

 

ଭାରତକୁ ଚୀନ୍, ଋଷ, ଇରାନ୍ ଏବଂ ଉତ୍ତର କୋରିଆ ସହ ‘ଦେଶର ବିରୋଧୀ’ ଭାବରେ ସୂଚୀବଦ୍ଧ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ‘ଆମର ଆକଳନ କହୁଛି ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ସାଇବର ବିପଦ ସୃଷ୍ଟି କରୁଥିବା ଲୋକେ ଗୁଇନ୍ଦାଗିରି ଲାଗି କାନାଡା ସରକାରଙ୍କ ନେଟଓ୍ବାର୍କ ଭିତରେ ପଶି ସାଇବର ଆକ୍ରମଣ କରିପାରନ୍ତି । ଭାରତ ଏବଂ କାନାଡା ବିବାଦ ଯୋଗୁଁ ଭାରତୀୟ ଗୁପ୍ତଚର ସାଇବର ବିପଦ ସଂପର୍କିତ ଗତିବିଧିକୁ ବଢ଼ାଇପାରନ୍ତି ।’ ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ, ‘ଭାରତ ଘରୋଇ ସାଇବର କ୍ଷମତା ସହିତ ଏକ ଆଧୁନିକ ସାଇବର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛନ୍ତି ।’

ଏହା ଭାରତ ଉପରେ ଟ୍ରଡୋ ସରକାରଙ୍କ ଆଉ ଏକ ଆକ୍ରମଣ । ଏହା ପୂର୍ବରୁ ଅକ୍ଟୋବରରେ କାନାଡାର ଭାରତର ରାଷ୍ଟ୍ରଦୂତ ସଂଜୟ କୁମାର ବର୍ମାଙ୍କୁ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡ ମାମଲାରେ ‘ପର୍ସନ ଅଫ ଇଣ୍ଟରେଷ୍ଟ’ ଘୋଷଣା କରିଥିଲା । ଏହା ପରେ ଭାରତ ସରକାର ସଂଜୟ ବର୍ମାଙ୍କୁ ସ୍ବଦେଶ ଫେରାଇ ଆଣିଥିଲେ । ଏହା ସହ ନୂଆ ଦିଲ୍ଲୀ ୬ ଜଣ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । କାନାଡାର ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଜଷ୍ଟିନ ଟ୍ରୁଡୋ କେବଳ ଭୋଟ ରାଜନୀତି କରୁଛନ୍ତି ବୋଲି କହିଥିଲା ଭାରତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button