ଓଡିଶା

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ୨୫ ମିନିଟ୍ ଯାଏ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର: ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ପ୍ରଶ୍ନକାଳ ଆରମ୍ଭରୁ ଏକାଧିକ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ହଟ୍ଟଗୋଳ କରିଥିଲେ। ଅନାହର ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ଯାଏ ମୁଲତବୀ ଘୋଷଣା କରିଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ୬ଜଣ ଦିବଙ୍ଗତ ବିଧାୟକଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।

ଅନାହର ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ଯାଏ ମୁଲତବୀ ଘୋଷଣା କରିଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ୬ଜଣ ଦିବଙ୍ଗତ ବିଧାୟକଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।
ମଙ୍ଗଳବାରଠାରୁ ୧୭ତମ ବିଧାନସଭାର ଦ୍ବିତୀୟ ଅଧିବେଶନ ଆରମ୍ଭ ହୋଇଛି। ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଶୀତ ଅଧିବେଶନ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ପରେ ରାଜ୍ୟପାଳଙ୍କ ଅନୁମୋଦନ ହାସଲ କରିଥିବା ବିଭିନ୍ନ ବିଲ୍ ଉପସ୍ଥାପନ କରାଯିବ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button