ଓଡିଶା

ବନ୍ୟାଞ୍ଚଳ ପରିଦର୍ଶନ କଲେ ସାସଂଦ, ଏମ୍‌ପିଭି-୧୬ ଗ୍ରାମକୁ ସ୍ଥାନାନ୍ତର ଦାବି କଲେ ଗ୍ରାମବାସୀ

ମାଲକାନଗିରି: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଜିଲ୍ଲାରେ ପହଞ୍ଚି ମାଲକାନଗିରି ଓ କାଲିମେଳା ବ୍ଲକରେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସାଂସଦ ମାଝୀ ବଦଲି, ପୋଟେରୁ, ଏମ୍‌ପିଭି ୬, ଏମ୍‌ପିଭି ୧୬ ଓ ଏମ୍‌ଭି ୭୯ ଗାଁକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ସମସ୍ତ ଗ୍ରାମବାସୀଙ୍କ ସମସ୍ୟା ପଚାରି ବୁଝିଥିଲେ।

କେଉଁଠି ଘର ଭାଙ୍ଗି ଯାଇଥିବାବେଳେ କେଉଁଠି ଚାଷ ଜମି ନଷ୍ଟ ତ କେଉଁଠି ବିଦ୍ୟୁତ ସଂଯୋଗୀକରଣ ସମସ୍ୟା ନେଇ ଗ୍ରାମବାସୀ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି କାଙ୍ଗୁରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍ପିଭି ୧୬ ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇରହିଥିଲ। ଯଦ୍ୱାରା ବର୍ତମାନ ସୁଦ୍ଧା ଏହି ଗ୍ରାମବାସୀମାନେ ନିଜ ନିଜ ଘରେ ରୋଷେଇ କାର୍ଯ୍ୟ କରି ପାରୁନାହାନ୍ତି। ପରିବାରର ରାସନ ସାମଗ୍ରୀ, ଅନ୍ୟାନ୍ୟ ଆସବାବପତ୍ର ବନ୍ୟାପାଣିରେ ଓଦା ହୋଇଯାଇଥିବା ବେଳେ ଅନେକ ଜିନିଷ ଭାସିଯାଇଛି।

ଗ୍ରାମବାସୀମାନଙ୍କୁ ପ୍ରଶାସନ ଦ୍ୱାରା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ଗ୍ରାମବାସୀମାନେ ସାସଂସଦଙ୍କ ନିକଟରେ ଦାବି କରିଥିଲେ। ଏହି ଗସ୍ତ ଅବସରରେ ପ୍ରତି ପଞ୍ଚାୟତର ସରପଞ୍ଚ, ଲୋକ ପ୍ରତିନିଧି, ରାଜସ୍ୱ ନିରୀକ୍ଷକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଜେପି ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ପ୍ରମିଳା ଦାସ, ସାଂସଦ ପ୍ରତିନିଧି ସଂଜୟ ସରକାର, ପୌର ପରିଷଦ ସାଂସଦ ପ୍ରତିନିଧି ବିଜୟ ମହାରଣା, ଗମ୍ଫାକୋଣ୍ଡା ମଣ୍ଡଳ ସଭାପତି ସୁନିଲ ମଣ୍ଡଳ ପ୍ରମୁକ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ସମସ୍ୟା ଯଥାଶୀଘ୍ର ସମାଧାନ କରାଯିବ ବୋଲି ସାଂସଦ ମାଝୀ ପ୍ରତିଶ୍ରୁତି ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button