ନୀତି

ରାମ-ସୀତାଙ୍କ ବାହାଘର ତିଥି ବିବାହ ପଞ୍ଚମୀରେ ହୁଏନାହିଁ ବାହାଘର; ଜାଣନ୍ତୁ କାରଣ – Utkal Mail


ମାର୍ଗଶୀର ମାସର ଶୁକ୍ଳପକ୍ଷର ପଞ୍ଚମୀକୁ କୁହାଯାଏ ବିବାହ ପଞ୍ଚମୀ। ବିଶ୍ୱାସ କରାଯାଏ ଯେ ଭଗବାନ ରାମ ଓ ମାଆ ସୀତା ଏହି ତିଥିରେ ବିବାହ କରିଥିଲେ। ତ୍ରେତେୟା ଯୁଗରେ ହୋଇଥିବା ରଘୁନନ୍ଦନ ଓ ଜାନକୀଙ୍କ ବିବାହ ପରଠାରୁ ଏହି ତିଥିକୁ ବାହାଘର ପାଇଁ ସବୁଠାରୁ ଖରାପ ତିଥି ବୋଲି ମନାଯାଏ। କହିବାକୁ ଗଲେ ଏହି ତିଥିରେ ଆଦୌ ବି ବାହାଘର ହୁଏ ନାହିଁ।

ଏହି ବିବାହ ପଞ୍ଚମୀ  ଦିନ ପ୍ରତିବର୍ଷ ଭଗବାନ ରାମ ଏବଂ ମାତା ସୀତାଙ୍କ ବିବାହ ବାର୍ଷିକୀ ପାଳନ କରାଯାଏ। ଏହି ପଞ୍ଚାମୀ ଦିନ ଭଗବାନ ରାମଙ୍କ ମନ୍ଦିରରେ ବିଶେଷ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ଭିବାହ ପଞ୍ଚାମୀ ତାରିଖର ମହତ୍ତ୍ୱ ଏବଂ କାହିଁକି ଏହି ଦିନ ବିବାହ ନିଷେଧ।

ଆପଣ ଭାବୁଥିବେ ଯେ ପ୍ରଭୁ ଶ୍ରୀରାମଓ ମାଆ ସୀତାଙ୍କ ବିବାହ ହୋଇଛି ମାନେ ତିଥିଟି ଅତ୍ୟନ୍ତ ଶୁଭ। ହେଲେ ଏହି ତିଥିରେ କାହିଁକି ବାହାଘର ହୁଏନି? ମନରେ ଏପରି ଏକ ପ୍ରଶ୍ନବାଚୀ ସୃଷ୍ଟି ହେବା ଏକ ସାଧାରଣ କଥା। ହେଲେ ଆପଣ କେଉଁ ବି ପଣ୍ଡିତଙ୍କୁ ପଚାରିପାରନ୍ତି। ଏହି ତିଥିରେ କେବେ ବି ବାବାହ କରାଯାଏ ନାହିଁ।

ବିଶ୍ବାସ ରହିଛି ଯେ ଏହି ତିଥିରେ ବିବାହ ହୋଇଥିବାରୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାଆ ସୀତା ସେମାନଙ୍କ ଜୀବନରେ ବହୁ ଦୁଃଖ କଷ୍ଟ ସହିଛନ୍ତି। ସେମାନଙ୍କ ବିବାହ ହେଉ ହେଉ ସେମାନେ ବନବାସ ଦୁଃଖ ଭୋଗ କଲେ। ବନବାସରୁ ଫେରିବା ପରେ ମାଆ ସୀତା ଅଗ୍ନି ପରୀକ୍ଷା ଦେଲେ ଓ ସେ ଦୁହିଁଙ୍କୁ ସବୁଦିନ ପାଇଁ ଅଲଗା ହେବାକୁ ପଡ଼ିଥିଲା।

ଏହି କାରଣରୁ ସେମାନଙ୍କ ବିବାହ ତିଥିକୁ ଦମ୍ପତିଙ୍କ ପାଇଁ ଶୁଭ ମନାଯାଏ ନାହିଁ। ପରସ୍ପରଙ୍କ ପ୍ରତି ଅନାବିଳ ଭଲପାଇବା ଥାଇ ମଧ୍ୟ ବାହାଘର ପରେ ପ୍ରଭୁ ରାମ ଓ ମାଆ ସୀତା ବେଶୀ ଦିନ ସାଥୀ ହୋଇ ରହିପାରିନାହାନ୍ତି।

ଆପଣ ଜାଣିରଖନ୍ତୁ ଯେ ଏଥର ବିବାହ ପଞ୍ଚମୀ ଡିସେମ୍ବର ୧୬ ରାତି ୮ଟାରୁ ଆରମ୍ଭ ହୋଇ ଡିସେମ୍ବର ୧୭ ସଂଧ୍ୟା ୫.୩୦ରେ ଶେଷ ହେବ। ଡିସେମ୍ବର ୧୭ ତାରିଖ ଦିନ ଏହି ପଞ୍ଚମୀ ପାଳନ ହେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button