ବାହା ହେବେ ଦୁଇଟି ଜିଲ୍ଲାର ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ Ananya ଙ୍କ ସହ ବାଲାଙ୍ଗୀର ଜିଲ୍ଲାପାଳ Chanchalଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା

ନମସ୍କାର ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁଇ ଜିଲ୍ଲାର କଲେକ୍ଟର ଗୋଟିଏ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବଲାଙ୍ଗିର କଲେକ୍ଟର ତଥା ଜିଲ୍ଲାପାଳଙ୍କ ସହ ବିବାହ ହେବାକୁ ଯାଉଛି ସମ୍ବଲପୁର କଲେକ୍ଟରଙ୍କ ସହ । ଗତ କାଲି ତାଙ୍କ ନିର୍ବନ୍ଧ ଆଡମ୍ବରରେ ହୋଇଥିବାର ନଜର ଆସିଛି । ଦୁଇ ଜିଲ୍ଲା ସମ୍ଭାଳୁଥିବା ଅଫିସର ବର୍ତ୍ତମାନ ପରସ୍ପରର ଜୀବନ ସାଥି ହେବାକୁ ଯାଉଛନ୍ତି । ତେବେ ଏହି ଖବର ସହ ଜଡିତ ଥିବା ସମ୍ପୂର୍ଣ ଖବରକୁ ଜାଣିବା ପାଇଁ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ।ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କର ଖୁବ ଶୀଘ୍ର ବିବାହ ହେବାକୁ ଯାଉଛି । ରବିବାର ଦିନ ନିର୍ବନ୍ଧ ସରିଛି । ଉଭୟ ପକ୍ଷର ପରିବାର ବର୍ଗ, ସମ୍ପର୍କୀୟ ଏବଂ ସାଙ୍ଗାସାଥୀ ମାନଙ୍କ ଉପସ୍ଥିତିରେ ତାଙ୍କ ନିର୍ବନ୍ଧ କାର୍ଯ୍ୟ ସମ୍ପର୍ଣ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ବାସ ଭବନରେ ତାଙ୍କର ଏହି ନିର୍ବନ୍ଧ ଆସନ୍ତା କାଲି ହୋଇଛି ।
ନିର୍ବନ୍ଧ ଅଳ୍ପ ଲୋକଙ୍କ ମଧ୍ୟରେ କରାଯାଇଛି । ସାଧାରଣ ଭାବରେ ଶାନ୍ତି ଶୃଙ୍ଖଳାର ସହ ହାତ ଗଣତି କିଛି ଲୋକଙ୍କ ଯୋଗାଦାନରେ ନିର୍ବନ୍ଧ କାର୍ଯ୍ୟ ପୁରା ହୋଇଛି । ତିନି ମାସ ମଧ୍ୟରେ ଏହି ଦୁଇ ଜିଲ୍ଲାପାଳ ବିବାହ ବନ୍ଧନରେ ବାନ୍ଧି ହେବେ । ସବୁଠାରୁ ବଡ କଥା ହେଉଛି ଏହା ଉଭୟଙ୍କର ଦିତୀୟ ବିବାହ ଅଟେ । ଉଭୟଙ୍କ ସିନିୟର ଅଧିକାରୀ କେହି ମଧ୍ୟ ତାଙ୍କ ନିର୍ବନ୍ଧରେ ନଥିଲେ ।
କାରଣ ଉଭୟ ନିଜ ନିର୍ବନ୍ଧକୁ ବହୁତ ସରଳ ଏବଂ ସାଧାରଣ ଭାବରେ କରିବାର ନିସ୍ପତି ନେଇଥିଲେ । ସମ୍ବଲପୁର ଜିଲ୍ଲାପାଲ ତ୍ତଙ୍କର ନିର୍ବନ୍ଧ ପାଇଁ କିଛି ସୂଚନା ଦେଇନଥିଲେ ମଧ୍ୟ ବଲାଙ୍ଗୀର ଜିଲ୍ଲାପାଳ କିଛି ଫଟୋ ଶେୟର କରିଛନ୍ତି ସୋସିଆଲ ମିଡିଆରେ ଯେଉଁଥିରୁ ଜଣାପଡିଛି କି ଉଭୟ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ଦୁଇଜଣ କଲେକ୍ଟର ହୋଇ ମଧ୍ୟ ବହୁତ ସାଧାରଣ ଭାବରେ ନିର୍ବନ୍ଧ କରି ଯାକ ଜମକ କରିନଥିବା କଥା ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । କେଉଁଠି ନା କେଉଁଠି ଏଥିରୁ ଏକ ବାର୍ତ୍ତା ମିଳୁଛି କି ଅଯଥା ବାହାଘରରେ କୋଟି କୋଟି ଟଙ୍କା ବିନିର୍ମୟ କରିବାର କୌଣସି ଆବଶ୍ୟକତା ନଥାଏ ।