ଓଡିଶା

ଶ୍ବେତା ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇ ନେଲା କମିଶନରେଟ ‌ପୋଲିସ

ଭୁବନେଶ୍ୱର -ବହୁଚର୍ଚ୍ଚିତ ସଫ୍ଟୱେଆର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଉଠାଇ ନେଇଛି ପୋଲିସ। ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ସୈ।ମ୍ୟଜିତଙ୍କୁ ଉଠାଇ ନେଇଛି କମିଶନରେଟ୍‌ ପୋଲିସ। ଗତବର୍ଷ ଭୁବନେଶ୍ବର ଶୈଳଶ୍ରୀବିହାରସ୍ଥିତ ଘରୁ ମିଳିଥିଲା ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା। ତାଙ୍କ ମୃତ୍ୟୁ ପାଇଁ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ଶ୍ୱେତାଙ୍କ ପରିବାର। ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶ୍ୱେତାଙ୍କ ପରିବାର ।ଶ୍ବେତାଙ୍କ ବାପା ଓ ଦୁଇ ଭାଇ ବୟଫ୍ରେଣ୍ଡ ସୌମ୍ୟଜିତ୍‌ ମହାପାତ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସୌମ୍ୟଜିତ୍‌ ବିଭିନ୍ନ ସମୟରେ ଶ୍ବେତାଙ୍କୁ ବ୍ଲାକ୍‌ମେଲ୍ କରି ମାନସିକ ନିର୍ଯାତନା ଦେଉଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ଲିଭ୍‌-ଇନ୍‌ ସମ୍ପର୍କରେ ରହିବା ପରେ ବାହାଘର ଭାଙ୍ଗିଯିବାରୁ ଶ୍ବେତା ଘୋର ମାନସିକ ଚାପରେ ଥିଲେ ଜଣାପଡ଼ିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button