ଓଡିଶା

ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପରେ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା କଲେ ପ୍ରେମିକ

ରାଞ୍ଚି: ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରି ୫୦ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। ପ୍ରେମିକ ଜଣକ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଉପୁଜିବା ପରେ ରାଗରେ ଆସି ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

୨୫ ବର୍ଷୀୟ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ଘଟିଥିଲା। ମାତ୍ର ନଭେମ୍ବର ୨୪ ତାରିଖରେ ଜଙ୍ଗଲ ଅଞ୍ଚଳରୁ ମଣିଷ ର ମୃତଶରୀର ମିଳିବା ପରେ ଏହା ଲୋକଲୋଚନକୁ ଆସିଛି।

ଅଭିଯୁକ୍ତ ଜଣକ ନରେଶ ଭେଙ୍ଗ୍ରା ଏବଂ ୨୪ ବର୍ଷୀୟା ପୀଡିତା ଗାଙ୍ଗୀ କୁମାରୀ ଯୋର୍ଦ୍ଦାଗ ଗାଁର ବାସିନ୍ଦା ହୋଇଥିବା ବେ‌‌ଳେ ତାମିଲନାଡୁରେ ରହୁଥିଲେ।

ପୁଲିସର ସୂଚନାନୁସାରେ, ଦୁହେଁ ଗତ କିଛି ବର୍ଷ ହେବ ଲିଭ-ଇନ୍‌ ସମ୍ପର୍କରେ ଥି‌ଲେ। ମାତ୍ର ନରେଶ ପୀଡିତାଙ୍କ ଅଜାଣତରେ ଖୁଣ୍ଟିର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏପରିକି ସେ ବିବାହ ପରେ ବି ତାମିଲନାଡୁ ଫେରି ଗାଙ୍ଗୀଙ୍କ ସହ ରହୁଥିଲେ।

ତେବେ ଗାଙ୍ଗୀ ଯେବେ ସେହି କଥା ଜାଣିବାକୁ ପାଇଲେ ତ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗାଙ୍ଗୀ କୁମାରୀ ଯେତେବେଳେ ତାଙ୍କ ପ୍ରେମିକଙ୍କୁ ଗାଁକୁ ନେବାକୁ କହି ବାଧ୍ୟ କରିଥିଲେ ତ ସେ ବିବାହ କରିଛନ୍ତି ବୋଲି ମାନିଥିଲେ। ତା’ପରେ ପୀଡ଼ିତା ତାଙ୍କୁ ନେଇଥିବା ଋଣ ଟଙ୍କା ଫେରାଇବାକୁ କହିଥିଲେ। ସେହି କଥାକୁ ନେଇ ଅଭିଯୁକ୍ତ ରାଗିକି ହତ୍ୟା ପରି ଚରମ ପରିସ୍ଥିତି ଆପଣେଇଥି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button