ସ୍ୱାସ୍ଥ୍ୟ

ଜେଜେ ମା ର ଏହି ଘରୋଇ ଉପଚାର, ଆପଣଙ୍କୁ କେତେ ଗୁଡିଏ ଭୟଙ୍କର ରୋଗରୁ ରଖିବ ଦୂର

ଆଜିକାଲିର ଦୁନିଆ ବହୁତ ବଦଳି ଯାଇଛି । ବଦଳୁଥିବା ଦୁନିଆ ସହିତ ଲୋକମାନଙ୍କର ଜୀବନଶୈଳୀ ମଧ୍ୟ ବଦଳିଛି । ଯଦି ବର୍ତ୍ତମାନ ବ୍ୟକ୍ତିକୁ କୌଣସି ପ୍ରକାରର କିଛି ଶାରୀରିକ ସମସ୍ୟା ହୋଇଥାଏ ସେମାନେ ଏଲୋପାଥୀ ଔଷଧ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଭାରତରେ ପ୍ରଥମେ ଏହା ହେଉ ନଥିଲା ସବୁ ରୋଗର ଚିକିତ୍ସା ଆୟୁର୍ବେଦିକ ହିସାବରେ କରା ଯାଉଥିଲା ।

ଘରୋଇ ଉପାୟ ଦ୍ଵାରା ଆମ ଶରୀର ସୁସ୍ଥ ହୋଇଥାଏ ଏବଂ କୌଣସି ପ୍ରକାରର ଅସୁବିଧା ହୋଇ ନଥାଏ, କିନ୍ତୁ ଏଲୋପାଥୀ ଔଷଧ ଖାଇବା ଦ୍ଵାରା ରୋଗ ତ ଭଲ ହୋଇଥାଏ କିନ୍ତୁ ଅନ୍ୟ କେତେ ଗୁଡିଏ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ ଜେଜେମାଙ୍କ ଏମିତି କିଛି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କ ଅନେକ ରୋଗ ଭଲ ହୋଇପାରିବ।

ଆସନ୍ତୁ ଜାଣିବା ଜେଜେମାଙ୍କ ଏହି ଭଲ ଘରେଲୁ ଉପାୟ ବିଷୟରେ

ଦାନ୍ତର ବ୍ୟଥା ପାଇଁ

ଯଦି ଆପଣଙ୍କ ଦାନ୍ତରେ କିଛି ସମସ୍ୟା ହେଉଛି ତେବେ ସେଥିପାଇଁ ଆପଣ ହଳଦୀ ଏବଂ କଳା ଲୁଣ କୁ ମିଶାଇ ସେଥିରେ ସୋରିଷ ତେଲ ମିଶାନ୍ତୁ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଦାନ୍ତକୁ ସଫା କରନ୍ତୁ ଯଦି ଆପଣ ଏହା କରୁଛନ୍ତି ତେବେ ଆପଣଙ୍କର ଦାନ୍ତ ବ୍ୟଥା ଦୂର ହୋଇଯିବ ।

ଚେହେରାକୁ ସଫା ଏବଂ ଚମକଦାର ବନାଇବା ପାଇଁ

ଯଦି ଆପଣ ନିଜର ଚେହେରାକୁ ସଫା ଏବଂ ଚମକଦାର ବନାଇବା ପାଇଁ ଚାହୁଁଛନ୍ତି  ତେବେ ଟମାଟରକୁ କାଟି ତାହାକୁ ପୁରା ଚେହେରାରେ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ରଗଡନ୍ତୁ । ଏହା ପରେ ଆପଣ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ ।

କାନର ବ୍ରଣ ଠିକ କରିବା ପାଇଁ

ଯଦି ଆପଣଙ୍କର କାନରେ ବ୍ରଣ ହୋଇଯାଇଛି ତେବ ଏହାକୁ ଠିକ କରିବା ପାଇଁ ରସୁଣ ର ରସ କୁ ତେଲକୁ ଗରମ କରି ଦିନନ୍ତୁ ଏବଂ ଏହି ତେଲର ଦୁଇ ବୁନ୍ଦା ନିଜ କାନରେ ପକାନ୍ତୁ । ଏହା ଦ୍ଵାରା ଆପଣଙ୍କର କାନ ଠିକ ହୋଇଯିବ ।

ଶରୀରର ଦୁର୍ବଳତା ଦୂର କରିବା ପାଇଁ

ଶରୀରର ଦୁର୍ବଳତା ଦୂର କରିବା ପାଇଁ ଆପଣ ସବୁଦିନ ବେଦେନାର ରସ ପିଅନ୍ତୁ ।

ପାଚନ ତନ୍ତ୍ର ଭଲ ରଖିବା ପାଇଁ

ଆଜିକାଲି ଲୋକମାନଙ୍କର ଅନିୟମିତତା ଖାଦ୍ୟ ଯୋଗୁ ପେଟ ଏବଂ ପାଚନ ତନ୍ତ୍ର ସମ୍ବନ୍ଧିତ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଆପଣ ଖାଇବା ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ । ଆପଣ ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button