କ୍ରାଇମ

ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଯୁବକ: ବାନ୍ଧିଲା ସୋର ପୁଲିସ – Utkal Mail


ସୋର: ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ଅଡଙ୍ଗବଜ଼ାର ଫକବାବୁ ହାଟ ନିକଟରେ ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଉତ୍ତମ ମଧ୍ୟମ ଦେଇ ପୁଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ ଗ୍ରାମର ମହେଶ୍ବର ଧଡ଼ା (୨୧) ଆଜି ସକାଳେ ଘର ପାଖରେ ଥିବା ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଖେଳୁଥିବା ବେଳେ ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଘର ନିକଟରେ ଥିବା ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା।

ପରେ ଶିଶୁକନ୍ୟାଙ୍କ ପରିବାର ଲୋକେ ଏ ବାବଦରେ ଜାଣିବା ପରେ ଯୁବକକୁ କାବୁ କରି ଉତ୍ତମ ମାଧ୍ୟମ ଦେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button