ମନୋରଞ୍ଜନ

ଓସ୍କାର ୨୦୨୪: ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏଣ୍ଟ୍ରି କଲା ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’ – Utkal Mail


ନୂଆଦିଲ୍ଲୀ: ଓସ୍କାର-୨୦୨୩ରେ ଭାରତୀୟ ଫିଲ୍ମର କମାଲ ଦେଖିବାକୁ ମିଳିଥିବା ବେ‌ଳେ ଏବେ ୨୦୨୪ ଉପରେ ନଜର ରହିଛି। ୨୦୨୩ ଭଳି ୨୦୨୪ରେ ବି ଭାରତୀୟ ଫିଲ୍ମ କମାଲ କରିପାରିବ କି ନାହିଁ ସେ ଚର୍ଚ୍ଚା ଚାଲିଥିବା ବେଳେ ଏ‌ବେ ଏକ ମଲୟାଲମ ଫିଲ୍ମକୁ ଓସ୍କାରରେ ଏଣ୍ଟ୍ରି ମିଳିଥିବା ଜଣାପଡ଼ିଛି। ମଲୟାଲମ ଫିଲ୍ମ ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଓସ୍କାର ୨୦୨୪ରେ ଏଣ୍ଟ୍ରି କରିଛି।

ମଲୟାଲମ ଚଳଚ୍ଚିତ୍ର ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’କୁ ଭାରତରୁ ଓସ୍କାର ୨୦୨୪କୁ ପଠାଯିବ। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଏହା ଘୋଷଣା କରିଛି। ଚଳଚ୍ଚିତ୍ର ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’ ୨୦୧୮ରେ କେରଳରେ ‌ହୋଇଥିବା ବନ୍ୟା କାହାଣୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ମଣିଷର ବିଜୟର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏହି ଫିଲ୍ମ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୦୨ରେ ଫିଲ୍ମ ଲଗାନ୍ ଏହି ବର୍ଗ ପାଇଁ ମନୋନୀତ ହୋଇଥିଲା। ଏହା ପରଠାରୁ କୌଣସି ଭାରତୀୟ ଫିଲ୍ମ ଓସ୍କାରରେ ଏହି ବର୍ଗ ପାଇଁ ମନୋନୀତ ହୋଇନଥିଲା। ତେବେ ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପାଇଁ ୯୬ତମ ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମ ମାର୍ଚ୍ଚ ୧୦, ୨୦୨୪ରେ ଲସ ଆଞ୍ଜେଲସରେ ଅନୁଷ୍ଠିତ ହେବ।

ତେବେ ଏହି ଆଓ୍ବାର୍ଡ ପାଇଁ ଅନେକ ଭାରତୀୟ ଫିଲ୍ମ ଉପ‌ରେ ବିଚାର କରାଯିବା ପରେ ଶେଷରେ ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’ ଫିଲ୍ମକୁ ଚୟନ କରିଥିଲା ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button