କ୍ରୀଡା

ଏସିଆ କପ୍ : ଭାରତ ଆଗରେ ୨୬୬ ରନର ଲକ୍ଷ୍ୟ ରଖିଲା ବାଂଲାଦେଶ – Utkal Mail


କଲମ୍ବୋ:  କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ୍ ସୁପର-୪ର ଏକ ମ୍ୟାଚରେ ଭାରତ ଆଗରେ ୨୬୬ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ ।  ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ କରିଥିଲା ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ବାଂଲାଦେଶୀ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ । ଆରମ୍ଭରୁ ବାଂଲାଦେଶ ବେଶ କେତୋଟି ଓ୍ବିକେଟ ହରାଇଥିଲା । ଗୋଟିଏ ସମୟରେ ବାଂଲାଦେଶ ୨୮ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ତେବେ ଅଧିନାୟକ ସାକିବୁଲ ହାସାନ ଓ ହାଓହିଦ୍ ହ୍ରିଦୟ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ସାକିବୁଲ ୮୦ ରନ କରିଥିବାବେଳେ ହ୍ରିଦୟ ୫୪ ରନ କରିଥିଲେ । ସେହିପରି ଶେଷ ଓଭରଗୁଡ଼ିକ ବେଳକୁ ନସୁମ ଅହମ୍ମଦ ଓ ମେହେଦି ହସନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୫୦ ଉପରକୁ ନେଇଯାଇଥିଲେ । ନସୁମ ୪୪ ରନ ଓ ମେହେଦି ୨୫ରନ କରିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ କରିଥିଲା ।

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ ମହମ୍ମଦ ସାମି ୨ଟି ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button