ଝଡ ବର୍ଷାରେ ବି ଦୀପ ଲିଭୁନୀ, ହଜାର ହଜାର ବର୍ଷରୁ ଜଳୁଥିବା ଦୀପ ଲିଭୁନି, ଆଜିବି ରହସ୍ୟ ରୁ ପରଦା ହଟୁନି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ କିଛି ସମୟରେ ହେବ ସୋସିଆଲ ମିଡିଆରେ ଏଭଳି ଏକ ରହସ୍ୟ ମୟ ଗୁମ୍ଫା ର ଭିଡିଓ ଭାଇରାଲ ହୋଇଛି ଯାହା ବିଷୟରେ ଜାଣିଲେ ଆପଣ ବିଅ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଗୁମ୍ଫା ରେ କିଛି ଏମିତି ରହସ୍ୟ ଲୁଚି ରହିଛି ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ଖବର ।
ସୂଚନା ଅନୁଯାୟୀ ଯେତେ ଝଡ ବର୍ଷା ହେଉ ତୋଫାନ ହେଉ ପଛେ ଏଠାରେ ଜଳୁଥିବା ଦୀପ କିନ୍ତୁ ଲିଭୁନି । ଏମିତି ଏକ ଗୁମ୍ଫା ଦେବଗଡ ଜିଲ୍ଲା ରିୟାମାଳ ବ୍ଲକ କୁଣ୍ଢେଇଗୁଳା ଥାନାରେ ରହିଛି ଯାହାର ନା ରହିଛି କାଞ୍ଜିଆ ଗୁମ୍ଫା । ଆଜିକୁ ହଜାର ହଜାର ବର୍ଷ ତଳର କିମ୍ବଦନ୍ତୀ ଆଜି ବି ରହସ୍ୟମୟ ହୋଇ ରହିଛି ପ୍ରାଚୀନ କଳାରୁ ।
ଲୋକ ପ୍ରଚଳକ କଥା ଆଧାରରେ ଧର୍ମରାଜ ଯୁଧିଷ୍ଠିର ଯେବେ ତାଙ୍କର ଦୟାତ ପରୀକ୍ଷିତଙ୍କୁ ରାଜ୍ୟ ଭାର ଅର୍ପଣ କରି ଦ୍ରୌପଦୀ 4 ଭାଇ ତୀର୍ଥ କରିବା ପାଇଁ ଭାରତର ପୂର୍ବ ଦିଗକୁ ବାହାରିଥିଲେ । ଓ ସେମାନେ ଯାଇ ପ୍ରାଚୀନ କାଳର ପାଦଦେଶରେ ପହଞ୍ଚି ଥିଲେ ଏବଂ ଏହା ପରେ ଉତ୍ତର ଦିଗକୁ ଯିବା ପାଇଁ ଆଉଳି ନଦୀ ଅପର ହେବା ବେଳେ ପ୍ରବଳ ଝଡ ତୋଫାନ ହୋଇଥିଲା ।
ସେଠାରୁ ରକ୍ଷା ପାଇବାକୁ ନିକଟସ୍ଥ ଘଞ୍ଚ ଜଙ୍ଗଲକୁ ଯାଇ ଭଗବାନ କୃଷ୍ଣଙ୍କୁ ଦୀପ ଜାଲି ପ୍ରାର୍ଥନା କରିଥିଲେ । ଆଉ କିମ୍ବଦନ୍ତୀ କୁହେ ଏ ହେଉଛି ସେହି ଦୀପ । ସେ ଦୀପ ଆଜି ଯାଏଁ ଲିଭି ନାହି । ଗୁମ୍ଫା ରେ ଆଜି ବି କିଛି ପ୍ରାମାଣିକ ହିସାବରେ ଭୀମ ଙ୍କ ପାଦ ଚିହ୍ନ ଓ ହସ୍ତ ଚିହ୍ନ ରହିଛି । ଗୁମ୍ଫା ଭିତରକୁ ପ୍ରବେଶ କରିବା ପାଇଁ ବିଭିନ୍ନ ନକ୍ସା ଓ ଲେଖନୀ ରହିଛି ।
ଗୁମ୍ଫା ଭିତରେ ଆଜି ବି ପୋଖରୀ, ହଲ ଗଛ, ଆଶ୍ରୟ ସ୍ଥଳୀ ରହିଥିବା ଶୁଣିବାକୁ ମିଳୁଛି । ଭୀଷଣ ବର୍ଷା ଓ ଘଡଘଡି ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ହିଂସ୍ର ଜନ୍ତୁ ନାମରେ ଗ୍ରାମ ନାମ ଅଛି । କାହିଁକି ନା ଧର୍ମ ରାଜ ଯୁଧିଷ୍ଠିର ଙ୍କ ଆଦେଶରେ ଭୀମ ଗ୍ରାମ ତିଆରି କରି ଦେଇଛନ୍ତି । ଯେଉଁ ଜନ୍ତୁ ଯେଉଁ ଗ୍ରାମରେ ଆଶ୍ରୟ ନେଇଥିଲେ ସେହି ଗ୍ରାମ ସେହି ଜିବ ଜନ୍ତୁ ହିସାବ ରେ ନାମକରଣ ହୋଇ ରହିଛି ।
ତଥା ଭାଲୁ ଗ୍ରାମ, ବାଦୁଡି ଗ୍ରାମ, ଝିଙ୍କିଡି ଗ୍ରାମ, ହାତୀ ଗ୍ରାମ, ବାଘ ଗ୍ରାମ, କାଞ୍ଜିୟାମ ଗ୍ରାମ ଏମିତି 18 ଖଣ୍ଡ ଗ୍ରାମ ରହିଛି । ପର୍ଜ୍ୟଟନ ସ୍ଥଳରେ ପରିଣତ କରିବା ସହ ମୌଳିକ ସୁବିଧା ଏହା ସହ ଲିଖନୀ ଓ ନକ୍ସା ହିସାବ ରେ ଖୋଜି ବାହାର କରିଲେ ଏହି ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ।