ଦେଶ ବିଦେଶ

ମୋତେ ମୋ ପୁଅକୁ ବିକିବାର ଅଛି; ଜାଣନ୍ତୁ କାହିଁକି ବେକରେ ଏଭଳି ପୋଷ୍ଟର ଝୁଲାଇଲେ ବାପା – Utkal Mail


ଅଲୀଗଡ଼: ମୋତେ ମୋ ପୁଅକୁ ବିକିବାର ଅଛି। ବେକରେ ଏଭଳି ପୋଷ୍ଟର ଝୁଲାଇଲେ ବାପା। ପରିବାରକୁ ଧରି ରାସ୍ତାରେ ବସିବା ସହ ପୁଅକୁ କେହି ଜଣେ କିଣି ନିଅ ବୋଲି ଗୁହାରି କଲେ ବାପା। ଉତ୍ତରପ୍ରଦେଶର ଅଲୀଗଡରେ ଏପରି ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହିତ ବସ୍ ଷ୍ଟାଣ୍ଡ୍ ଛକ ନିକଟରେ ବସି ନିଜ ପୁଅକୁ କିଣିବାକୁ ଗୁହାରି କରୁଥିବା ଦେଖିବାକୁ ମିଳିିଥିଲା। ବେକରେ ଝୁଲିଥିବା ପୋଷ୍ଟର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପଛର କ‌ାରଣ ପଚରାଯିବା ପରେ ବ୍ୟକ୍ତିଜଣକ ନିଜ ସହ ହୋଇଥିବା ଅନ୍ୟାୟ ବିଷୟରେ ଜଣାଇଥିଲେ। ଋଣ ଶୁଝିବାକୁ ସେ ନିଜ ପୁଅକୁ ବିକିବାକୁ ଚାହୁଥିବା କହିଥିଲେ।

ସୂଚନା ମୁତାବକ, ଏହି ଘଟଣା ମହୁଆଖେଡା ପୁଲିସ ଷ୍ଟେସନ ଅଞ୍ଚଳର ଅସଦପୁର କୟାମ ଗାଁରେ ଘଟିଛି। ଏଠାରେ ରହୁଥିବା ରାଜକୁମାର କିଛି ମାସ ପୂର୍ବରୁ ଏକ ଜମି କିଣିଥିଲେ। ଏଥିପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ଋଣ ନେଇଥିଲେ। ରାଜକୁମାର କହିଛନ୍ତି ଯେ ଋଣ ଦେବାର କିଛି ଦିନ ମଧ୍ୟରେ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲେ। ଋଣ ପରିମାଣ ପରିଶୋଧ କରିବାକୁ ଋଣ ଦେଇଥିବା ବ୍ୟକ୍ତି ରାଜକୁମାରଙ୍କ ଜମିର କାଗଜପତ୍ର ନେଇ ବ୍ୟାଙ୍କରେ ବନ୍ଧକ ରଖିବା ସହ ବ୍ୟାଙ୍କରୁ ଋଣ ଆଣିଥିଲେ।

अलीगढ़: पत्नी और बच्चों संग चौराहे पर बैठा शख्स
aajtak

ରାଜକୁମାରଙ୍କଠାରୁ ତାଙ୍କ ଜମି ଛଡ଼ାଇ ନେବା ପରେ ଏବେ ଅଭିଯୁକ୍ତ ତାଙ୍କୁ ଋଣ ପରିଶୋଧ କରିବାକୁ ଚାପ ପକାଉଛି। ରୋଜଗାରର ଏକମାତ୍ର ମାଧ୍ୟମ ଇ-ରିକ୍ସା ମଧ୍ୟ ଛଡ଼ାଇ ନେଇଥିବାରୁ ରାମକୁମାର ନିଜର ଘର ଚଳାଇ ପାରୁନାହାନ୍ତି। ସେଥିପାଇଁ ବାଧ୍ୟ ହୋଇ ସେ ଋଣ ପରିଶୋଧ କରିବାକୁ ନିଜ ପୁଅକୁ ବିକିବାକୁ ଚାହୁଥିବା କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button