ଦେଶ ବିଦେଶରାଜନୀତି

ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ତାରିଖ ଘୋଷଣା

ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ ବିଜୟ ଦେବ। ଏମସିଡିର ୨୫୦ଟି ୱାର୍ଡ ପାଇଁ ହେବ ନିର୍ବାଚନ । ଏନେଇ ନଭେମ୍ବର ୭ରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ତେବେ ନାମାଙ୍କନ ଦାଖଲର ଶେଷ ତାରିକ ନଭେମ୍ବର ୧୪ ଏବଂ ନଭେମ୍ବର ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନଭେମ୍ବର ୧୯ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ତେବେ ଡିସେମ୍ବର ୪ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୭ରେ ଫଳାଫଳ ପ୍ରକାଶ ପାଇବ।

ଏହାସହ ନିର୍ବାଚନ ଆୟୋଗ କହିଛନ୍ତି କି ସଂଖ୍ୟାଲଘୁଙ୍କ ପାଇଁ ୪୨ଟି ଆସନ ସଂରକ୍ଷିତ ରଖାଯାଇଛି। ୨୧ଟି ଆସନ ଏସସି ସମୁଦାୟର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏହାସହ ଅନ୍ୟ ୧୦୪ଟି ଆସନ ବି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏହିପରି ସର୍ବମୋଟ ମହିଳାଙ୍କ ପାଇଁ ୫୦ପ୍ରତିଶତ  ସିଟ୍ ସଂରକ୍ଷିତ ରଖାଯାଇଛି। MUNICIPALITY CORPORATION OF DELHI ନିର୍ବାଚନରେ ୧.୪କୋଟି ମତଦାତା ନିଜର ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୩ହଜାର ୬୬୫ଟି  ପୋଲିଂ ଷ୍ଟେସନ କରାଯିବ। ତାରିଖ ଘୋଷଣା ସହ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button