ନୀତି

ପ୍ରତିଦିନ ସାଇକେଲ ଆଗରେ ପୋଷାକୁକୁରକୁ ଝୁଲାଇ କାମକୁ ଯାଇଥାଆନ୍ତି ସୁରକ୍ଷାକର୍ମୀ – Utkal Mail


ନୂଆଦିଲ୍ଲୀ: ମୁମ୍ବାଇର ‌ବୋରିଭିଲିରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ବିଳାସପୂର୍ଣ୍ଣ ହାଉସିଂ ସୋସାଇଟି ‘କ୍ବିନ୍ ଲନ୍’ରେ ଜଣେ ୭୦ବର୍ଷୀୟ ସୁରକ୍ଷାକର୍ମୀ କାମ କରନ୍ତି। ତାଙ୍କ ନାମ ଗୁପ୍ତାଜୀ।

ଗୁପ୍ତାଜୀ ପ୍ରତିଦିନ ଡିୟୁଟିକୁ ଆସିବା ସମୟ‌ରେ ତାଙ୍କ ପୋଷାକୁକୁରକୁ ସାଥୀରେ ନେଇ ଆସିଥାଆନ୍ତି। ଡିୟୁଟି କରିବା ସମୟରେ ଉକ୍ତ ପୋଷାକୁକୁର ଗୁପ୍ତାଙ୍କ ପାଖରେ ଥାଏ। ଡିୟୁଟି ଶେଷ ହେବା ପରେ ଦୁହେଁ ସାଇକେଲରେ ପୁଣି ଘରକୁ ଚାଲି ଯାଇଥାଆନ୍ତି।

 

ଏହି ଘଟଣାକୁ ନେଇ ଗୁପ୍ତାଜୀ କହନ୍ତି, ‘ମୁଁ ମୋର ପୋଷାକୁକୁର ଟାଇଗରକୁ ଧରି ପ୍ରତିଦିନ ଡିୟୁଟି ପାଇଁ ୨୦କିମି ବାଟ ସାଇକେଲ ଚଲାଇ ଯାଇଥାଏ। ଏହି ସମୟରେ ଟାଇଗରକୁ ଏକ ବ୍ୟାଗରେ ପୁରାଇ ସାଇକେଲରେ ଟାଙ୍ଗି ଦେଇଥାଏ। ସେ ବି ବିଚଳିତ ନହୋଇ ସ୍ଥିର ହୋଇ ବସିଥାଏ। ତା’ବିନା ମୋତେ ଗୋଟିଏ ବି ମୁହୂର୍ତ୍ତ ଭଲ ଲାଗେ ନାହିଁ। ସେ ମୋ ସାଥୀରେ ଥିଲେ ମୁଁ ଶାନ୍ତିରେ ଡିୟୁଟି ସାରି ତାକୁ ନେଇ ଘରକୁ ଫେରିଥାଏ। ଘ‌ରେ ପହଁଞ୍ଚିବା ପରେ ଆମେ ଖିଆପିଆ ସାରି ଶୋଇପଡ଼ିଥାଉ। ପୁଣି ତା’ପରଦିନ ନିତ୍ୟକର୍ମ ସାରି ଡିୟୁଟିରେ ବାହାରି ଯାଇଥାଉ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button