ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ଏହି ଗ୍ରାମୀଣ ବ୍ୟାଙ୍କରେ ୧୪୨୫ ପଦବୀ ଖାଲି

କର୍ଣ୍ଣାଟକ ଗ୍ରାମୀଣ ବ୍ୟାଙ୍କ ଏକ ବଡ଼ ନିଯୁକ୍ତି ଘୋଷଣା କରିଛି । ବ୍ୟାଙ୍କ ୧୪୨୫ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଏଥିରେ ଅଫିସ୍ ଆସିଷ୍ଟାଣ୍ଟ (କ୍ଲର୍କ), ଆସିଷ୍ଟାଣ୍ଟ ମ୍ୟାନେଜର (ଅଫିସର ସ୍କେଲ୍-୧) ଏବଂ ମ୍ୟାନେଜର (ଅଫିସର ସ୍କେଲ୍-୨) ପଦବୀ ସାମିଲ ରହିଛି । ଆବେଦନ ପାଇଁ ଅନଲାଇନର ସୁବିଧା ରହିଛି । ଅଧିକ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧୪୨୫
ଅଫିସ୍ ଆସିଷ୍ଟାଣ୍ଟ (କ୍ଲର୍କ)-୮୦୦
ଆସିଷ୍ଟାଣ୍ଟ ମ୍ୟାନେଜର-୫୦୦
ମ୍ୟାନେଜର-୧୨୫
ବୟସ ସୀମା : କ୍ଲର୍କ ପଦବୀ ପାଇଁ ୧୮ ରୁ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି । ସେହିପରି ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୮ ରୁ ୩୦ ବର୍ଷ ଏବଂ ମ୍ୟାନେଜର ପଦବୀ ପାଇଁ ୨୧ରୁ ୩୨ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ସରକାରୀ ନିୟମାନୁଯାୟୀ କିନ୍ତୁ ସଂରକ୍ଷିତ ବର୍ଗର ଆବେଦନକାରୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍ କରିଥିବା ଜରୁରୀ । ଏଥି ସହିତ କନ୍ନଡ ଭାଷାର ଜ୍ଞାନ ଥିବା ଉଚିତ୍ । କାରଣ କର୍ଣ୍ଣାଟକ ବ୍ୟାଙ୍କ କାର୍ଯ୍ୟରେ ଆବଶ୍ୟକ ପଡିବ ।
ଆବେଦନ ଶୁଳ୍କ : ଜେନେରାଲ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି । ସେହିପରି ଏସସି, ଏସଟି, ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୭୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ ଶୁଳ୍କ ଭରିପାରିବେ ।
ଚୟନ ପ୍ରକ୍ରିୟା : ୩ ଟି ପର୍ଯ୍ୟାୟରେ ଚୟନ କରାଯିବ । ପ୍ରଥମେ ପ୍ରିଲିମ୍ ପରୀକ୍ଷା କରାଯିବ । ଯେଉଁଥିରେ ପ୍ରାର୍ଥୀଙ୍କର ଯୋଗ୍ୟତାର ଯାଞ୍ଚ କରାଯିବ । ଏହା ସହିତ ଏହି ପରୀକ୍ଷାରେ ରିଜନିଙ୍ଗ ଏବଂ ନ୍ୟୁମେରିକଲ ଏବିଲିଟି ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ । ରିଜନିଙ୍ଗରେ ୪୦ ଟି ଏବଂ ନ୍ୟୁମେରିକଲ ସମ୍ବନ୍ଧୀୟରେ ୪୦ଟି ପ୍ରଶ୍ନ ପଚରାଯାଇପାରେ । ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୪୫ ମିନିଟର ସମୟସୀମା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାରେ ସାମିଲ କରାଯିବ । ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଏଭଳି ଭାବେ ୩ ଟିପର୍ଯ୍ୟାୟରେ ପରୀକ୍ଷା ହେବା ପରେ ଶେଷରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଦରମା :
କ୍ଲର୍କ ପଦବୀ ପାଇଁ ମାସିକ ପ୍ରାୟ ୩୫,୦୦୦ରୁ ୩୭,୦୦୦ ଟଙ୍କା ଦରମା ମିଳିବ । ସେହିପରି ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଦରମା ୭୫,୦୦୦ ରୁ ୭୭,୦୦୦ ମଧ୍ୟରେ ରହିବ । ମ୍ୟାନେଜର ପଦବୀ ପାଇଁ ୬୫,୦୦୦ ରୁ ୬୭,୦୦୦ ମଧ୍ୟରେ ଦରମା ଦିଆଯିବ । ଏହା ବ୍ୟତୀତ ବ୍ୟାଙ୍କିଂ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ଏବଂ ସୁବିଧା ମଧ୍ୟ ଉପଲବ୍ଧ ହେବ



