ଦେଶ ବିଦେଶ
ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି ୩୧୧୩ ତୀର୍ଥଯାତ୍ରୀ

ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି ତୀର୍ଥଯାତ୍ରୀ । ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ଜମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳଶିବିରରୁ ୩ ହଜାର ୧୧୩ ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୨୩ଟି ଦଳରେ ଯାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧ ହଜାର ୧୫୩ ଜଣ ବଲ୍ତାଲ୍ ମୂଳଶିବିରରୁ ଆଜି ସକାଳ ୨.୫୬ ମିନିଟରେ ଏବଂ ୧ ହଜାର ୯୬୦ ଜଣ ପହଲଗାମ୍ ମୂଳ ଶିବିରରୁ ଆଜି ସକାଳ ୩.୪୧ ମିନିଟରେ ଅମରନାଥ ଗୁମ୍ଫାକୁ ଯାତ୍ରା ଆରମ୍ଭ କରିଛନ୍ତି।



