ନୀତି

ବାପାଙ୍କ ବିରୋଧରେ ଅଭିଯୋଗ ଆଣିଥିବା କୁନିପୁଅକୁ ବୁଝାଇସୁଝାଇ ମାମଲାକୁ ଅଟକାଇଦେଲା ପୁଲିସ୍‌ – Utkal Mail


ନୂଆଦିଲ୍ଲୀ: ପିଲାମାନେ ନିର୍ଦ୍ଦିଷ୍ଟ ଏକ ବୟସରେ ବାପାମାଆଙ୍କ ଚିନ୍ତାର କାରଣ ବନିଯାଆନ୍ତି। ପାଠପଢ଼ାରେ ହେଳା କରିବାରୁ ନେଇ ବିଭିନ୍ନ ଦୁ‌ଷ୍ଟାମୀ କରି ସଭିଙ୍କୁ ଚିନ୍ତ‌ାରେ ପକାନ୍ତି। ସ୍କୁଲ୍‌ ଜୀବନରେ କେହି ପିଲା ବାପମାଆଙ୍କ ନାମରେ ନକଲି ଦସ୍ତଖତ କରି ସ୍କୁଲ୍‌ରେ ଦିଅନ୍ତି ତ ପୁଣି କେହି କେହି ସ୍କୁଲ୍‌ ନାମରେ ଅନ୍ୟ କେଉଁ ସ୍ଥାନକୁ ଚାଲିଯାଆନ୍ତି। ଏମିତି ଦୁଷ୍ଟାମୀ ଅଳ୍ପବହୁତ ପ୍ରାୟ ସବୁ ପିଲା କରିଥାନ୍ତି।

ଏହା ବ୍ୟତୀତ କିଛି ପିଲା ଆକ୍ରମଣାତ୍ମକ ପ୍ରକୃତିର ହୋଇଥାନ୍ତି। ସେମାନେ ସେମାନଙ୍କର ପିତାମାତାଙ୍କ ଗାଳି ଏବଂ ମାରପିଟକୁ ଆଦୌ ବି ପସନ୍ଦ କରନ୍ତି ନାହିଁ। କେବଳ ସେତିିକି ନୁହେଁ, ଯଦି ସେମାନଙ୍କ ହୃଦୟକୁ କିଛି ବାଧେ ତ ସେମାନେ ପ୍ରତିଶୋଧପରାୟଣ ହୋଇ ପ୍ରତିଶୋଧ ନେବାକୁ ପଛାନ୍ତି ନାହିଁ।

ଚୀନର ଜଣେ ୭ ବର୍ଷର ଶିଶୁ ଏପରି କିଛି କରିଥିବାର ଦେଖିବାକୁ ମିଳିଛି। ଶିଶୁଟି ନିଜ ପିତାଙ୍କୁ ଅତ୍ୟଧିକ ଭୟ କରି ତାଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ କରିବାକୁ ବି ପଛାଇ ନାହିଁ।

‘ସାଉଥ ଚାଇନା ମର୍ନିଂ ପୋଷ୍ଟ’ର ଖବର ଅନୁଯାୟୀ ଚୀନର ଝୋଞ୍ଜିଆଙ୍ଗ ପ୍ରଦେଶର ବାସିନ୍ଦା ଲିଶୁଇ ନାମକ ଜଣେ ଶିଶୁ ତାଙ୍କ ପିତା ତାଙ୍କୁ ମାଡ଼ ମାରିଥିବା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଯେତେବେଳେ ପୁଲିସ ତଦନ୍ତ କଲା, ମାମଲା ଭିନ୍ନ ବୋଲି ଜାଣିବାକୁ ପାଇଲା। ହୋମୱାର୍କ ଭୟ ଯୋଗୁ ପିଲାଟି ଏପରି କରିଥିବା ପୁଲିସ ଜାଣିବାକୁ ପାଇଛି। ଏହା ପରେ ପୁଲିସ ଉଦାରତା ଦେଖାଇ ମାମଲାକୁ ଆଗକୁ ନନେଇ ପିଲାଟଇ ସହ କଥା ହୋଇ ସ୍ନେହପୂର୍ଣ୍ଣ ଭାବରେ ବୁଝାଇ ମାମଲାକୁ ସେଇଠି ଅଟକାଇ ଦେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button