ଜୀବନଶୈଳୀ

ଗର୍ଭପାତ ଯାହା କହିବା ପାଇଁ ତ ବହୁତ ସହଜ ଶବ୍ଦ ଟିଏ ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଏକ ଭୟାନକ ମୃତ୍ୟୁ ଅଟେ

ଆମେ ସବୁବେଳେ ସମାଜରେ ଘଟୁଥିବା ମୁଖ୍ୟ ଖବର ଉପରେ ଧ୍ୟାନ ଦେଇଥାଉ, ହେଲେ ଖବର ତାହା ହେଇଥାଏ ଯାହା ଦ୍ଵାରା ସମସ୍ତଙ୍କର ସମସ୍ୟା ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛକି ଯେ ଗର୍ଭପାତ ମଧ୍ୟ ଏକ ସାମାଜିକ ଘଟଣା ଯାହା ଉପରେ କି ବିଚାର କରାଯିବା ଦରକାର । କିନ୍ତୁ ଏହି ମାମଲା ଉପରେ ସର୍ବେକ୍ଷଣ କରିବା ପରେ କୁହାଯାଇଛି ଯେ ଯଦି ଡାକ୍ତରଖାନାଗୁଡ଼ିକ କଥା କୁହାଯାଏ ତ ଏବେ ଯାଏ ୩ ବର୍ଷ ଭିତରେ ଏହି ମାମଲା ୧୩% ରୁ ବଢ଼ି ଚାଲିଛି ଏଠି କେବଳ ୧୫ ବର୍ଷ ରୁ କମ୍ ଝିଅ ମାନଙ୍କର ଗର୍ଭପାତ କରାଯାଉଛି, ଏବେ ୧୪୪% ଯାଏ ବଢିଗଲାଣି ।

ହେଲେ ଥରେ ଭାବନ୍ତୁ  ସେ ଛୋଟ ପିଲା ଙ୍କ ଅବସ୍ଥା କଣ ହେଇଥିବ, ଇଏ କଣ କଣ୍ଢେଇ ଖେଳ ହେଇଚି ।

ଗର୍ଭପାତ ପାଇଁ ଯେଉଁ ନିଷ୍ଠୁର ଉପାୟ ପ୍ରୟୋଗ କରନ୍ତି ତାହା ଜୀବନ ବି ନେଇପାରେ । ଆଜି ଆମେ ଆପଣଙ୍କୁ କିଛି ଫଟୋ ଦେଖେଇବୁ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ । ଫେଲିଶିଆ କୈଶ ନାମକ ଏକ ମହିଳା  ନିଜ କଷ୍ଟପୂର୍ଣ୍ଣ କାହାଣୀ ଫେସବୁକ୍  ପୋଷ୍ଟ ମାଧ୍ୟମରେ ଜଣେଇଥିଲେ । ସେ ଓ ତାଙ୍କ ସ୍ଵାମୀ ୧୩ ବର୍ଷ ଯାଏ ଗୋଟେ ପିଲା ପାଇଁ ଆଶା ରଖିଥିଲେ ସେଥିପାଇଁ ସେମାନେ ୩ ଝିଅ କୁ ପାଳିଥିଲେ ।

କିନ୍ତୁ ଭଗବାନ ଙ୍କ ଚମତ୍କାର ରେ ସେ ଗର୍ଭବତୀ ହେଇ ୨ ଟି ପୁଅ ଜନ୍ମ ଦେଲେ । ପୁଣି ୩ୟ ଥର ଗର୍ଭ ରେ‌ ଯାଆଁଳା ପିଲା ଥିଲେ ଓ ତାଙ୍କର ଗର୍ଭାବସ୍ଥା ମଧ୍ୟ ଜଟିଳ ଥିଲା । ଗୋଟେ ପିଲା ଗର୍ଭ ରେ ନଷ୍ଟ ହେଇଯାଇଥିଲା, ତେଣୁ ଆଉ ଜଣକୁ ବଞ୍ଚେଇବା କଷ୍ଟ ଥିଲା ସେଥିପାଇଁ ସେ ୧୪ ସପ୍ତାହ ରେ ପିଲା କୁ ଜନ୍ମ ଦେଲେ ହେଲେ ସେ ବି ମୃତ ଥିଲା ।

ସେ ବହୁତ ଦୁଃଖୀ ହେଇ ସାରା ଦୁନିଆକୁ ଜଣେଇଲେ । ଯେ କି ସାଢ଼େ ୩ ମାସ ର ଛୁଆ ମାଂସ ଖଣ୍ଡ କି ନିର୍ଜୀବ ବସ୍ତୁ ହୋଇନଥାନ୍ତି । ଏଇ କମ୍ ସମୟ ରେ ମଧ୍ୟ ପିଲା ଟି ସମ୍ପୂର୍ଣ ବିକଶିତ ହୋଇଥାଏ । ସେ ନଚାହିଁ ବି ତାଙ୍କ ପିଲା ହରେଇବା ଦୁଃଖ ସହିଥିଲେ ହେଲେ ଭାବନ୍ତୁ ଯିଏ ଜାଣି କି ଆବର୍ଶନ କରୁଛନ୍ତି ସେତେବେଳେ ପିଲା ଟିକୁ କେତେ କଷ୍ଟ ହେଉଥିବ ।

ଗର୍ଭପାତ ସମୟ ରେ ସଲାଇନ ରେ ଇଞ୍ଜେକସନ ଦ୍ଵାରା ଗର୍ଭ କୁ ଗୋଟେ ଲିକୁଇଡ୍ ଛାଡନ୍ତି ଯାହା ପିଲା କୁ ମାରିଥାଏ । ଏଥିରେ ପିଲାଟି ଜଳିଯାଇଥାଏ,ତାପରେ ମାଆ ମଲା ପିଲାଟି ଜନ୍ମ ଦିଏ । ଥରେ ଥରେ ପିଲାଟି ଅଧା ଜଳି ଅଧା ବଞ୍ଚିଥାଏ,ଜନ୍ମ ପରେ ତାକୁ ମାରିବାକୁ ଛାଡିଦିଆଯାଏ । ସମାଜ ରେ ଅଳ୍ପ କିଛି ଲୋକ ଅଛନ୍ତି ଯିଏ ଜନ୍ମ ହେଇନଥିବା ପିଲା ର କଷ୍ଟ ବୁଝିପାରନ୍ତି । ଏମିତି କିଛି ପିଲା କୁ ଜନ୍ମ କରି ହୁଏନି, ତାମାନେ ତାକୁ ମାରିଦେବା ଟା କଣ ମଣିଷପଣିଆ । ଏମିତି କାମ କରନ୍ତୁନି, ପିଲା ଟି ର ପରିଚୟ ନାହିଁ ତ ତାମାନେ ନୁହେଁ ତାକୁ ମାରିଦେବା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button