ଓଡିଶା

ହାତୀର ଏମିତି ମସ୍ତି ଆଗରୁ କେବେ ବି ଦେଖି ନଥିବେ ଆପଣ, Helmet କୁ ଫଳ ଭାବି ଯାହା କଲା ଦେଖିଲେ ହସି ହସି ଗଡିଯିବେ…

ନମସ୍କାର ବନ୍ଧୁଗଣ ତେବେ ମଣିଷ ନିଜ ସୁଖ ସୁବିଧା ପାଇଁ ଜଙ୍ଗଲ ଆଦି କୁ ନଷ୍ଟ କରି ସେଠାରେ ବାସ କରୁଛି କିମ୍ବା ନିଜ ସୁଖ ସୁବିଧା ପାଇଁ ଅନେକ କାରଖାନା ସ୍ଥାପନ ମଧ୍ୟ କରୁଛି । ତେବେ ମଣିଷ ର ଏହି ଭୁଲ ର ପରିଣାମ ଜଙ୍ଗଲ ଭିତରେ ଥିବା ପଶୁ ପକ୍ଷୀ ମାନଂକୁ ଭୋଗିବାକୁ ପଡୁଛି । ସେମାନେ ବାସ ହରା ହୋଇ ଯାଉଛନ୍ତି ଏବଂ ଖାଦ୍ୟ ମଧ୍ୟ ପାଉ ନାହାଁନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ସହର କୁ କିମ୍ବା ଜଙ୍ଗଲ ବାହାରକୁ ଆସି ଯାଉଛନ୍ତି ।

ସେମାନେ କାହାକୁ କ୍ଷତି ପହଞ୍ଚାଇବା ପାଇଁ ଆସନ୍ତି ନାହିଁ ବରଂ ନିଜ ଭୋକ କୁ ମେଣ୍ଟେଇବା ପାଇଁ ଅର୍ଥାତ ଖାଦ୍ୟ ର ସନ୍ଧାନ କରି ସେମାନେ ସହର ଭିତରକୁ ଆସି ଯାଉଛନ୍ତି । ତେବେ ଲୋକମାନେ ସେମାନଂକୁ ଦେଖି ଭୟବିତ ହୋଇ ସେମାନଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଏହି କାରଣ ଯୋଗୁଁ ବାଘ,ଭାଲୁ ହାତୀ ଆଦି ଙ୍କ ର ସଂଖ୍ୟା କମିବାରେ ଲାଗୁଛି ।

କିଛି ଲୋକମାନେ ଙ୍କ ଅନୁସାରେ ଯେପରି ସବୁଠାରୁ ବଡ଼ ପଶୁ ଡ଼ାଇନେସର ର ଵଂଶ ଲୋପ ପାଇ ଯାଇଛି ସେହି ପରି ଏବେ ହାତୀ ର ଵଂଶ ମଧ୍ୟ ଲୋକ ପାଇଯିବ । କାରଣ ପ୍ରାୟତଃ ଅନେକ ସମୟରେ ସେମାନଙ୍କ ମୃତ୍ୟୁ ର ଖବର ଶୁଣିବାକୁ ମିଳିଥାଏ କେଉଁଠି କରେଣ୍ଟ ଲାଗି ତ କେଉଁଠି ଖାଲ ରେ ଗଳି ।

ତେବେ ଆଜି ଆମେ ସେହି ବିଶାଳ ପଶୁ ହାତୀ ବିଷୟରେ ଏକ ଘଟଣା ସମ୍ବନ୍ଧରେ ଆଲୋଚନା କରିବୁ ଏହା କୌଣସି ଦୁଃଖ ଖବର ନୁହେଁ ଏହି ଖବର ଶୁଣିଲେ ଆପଣ ନିଶ୍ଚିତ ହସିବାକୁ ଲାଗିବେ । ତେବେ ଆସନ୍ତୁ ଜାଣିନେବା ସେହି ଖବର ବିଷୟରେ ।

ତେବେ ଆପଣ ଅନେକ ଥର ହାତୀ କୁ ତରଭୁଜ ଖାଇବାର ଦେଖିଥିବେ ନଡ଼ିଆ,କଦଳୀ, ଆଦି ଫଳ କିମ୍ବା ଗଛ ପତ୍ର କୁ ଖାଇବାର ଦେଖିଥିବେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯେଉଁ ଥିରେ ଗଜରାଜ ଏପରି ଏକ ଜିନିଷ ଖାଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ସେହି ଭିଡିଓ ରେ ହାତୀ ଟି ହେଲମେଟ କୁ ଫଳ ଭାବି ଖାଇବାକୁ ଲାଗୁଛି ।

ତେବେ ଅସଲି କଥା ଟି ହେଉଛି ଗୋହାଟି ର ନରେଙ୍ଗି ଆର୍ମି କ୍ୟାମ୍ପ ରେ ପ୍ରାୟତଃ ଅନେକ ସମୟରେ ଜଙ୍ଗଲୀ ହାତୀ ଆସି ନିଜ ଖାଦ୍ୟ କୁ ଖୋଜିବାରେ ଲାଗନ୍ତି ଏବଂ କାହାକୁ କୌଣସି କ୍ଷତି ନ କରି ନିଜ ରାସ୍ତା ରେ ଚାଲି ଯାଇଥାନ୍ତି । ତେବେ ସେହି ଭଳି ଏକ ଜଙ୍ଗଲୀ ହାତୀ ଖାଦ୍ୟ ଖୋଜି ଖୋଜି ସେହି କ୍ୟାମ୍ପ ବାଟେ ଯାଉଥିଲା ଏବଂ ସେଠାରେ ଥିବା ପୋଲିସ ବେରିକେଡ କୁ ମଧ୍ୟ ଶୃଙ୍ଖଳା ର ସହିତ ପାର କରିଥିଲା ।

ତେବେ କିଛି ସମୟ ଯିବା ପରେ ଏକ ବେରିକେଡ ପାଖରେ ଏକ ବାଇକ ପାର୍କ କରା ଯାଇଥିଲା ଏବଂ ସେହି ବାଇକରେ ଏକ ହେଲମେଟ ମଧ୍ୟ ଥିଲା ତେବେ ହାତୀ ସେଠାରେ ଏହା ଦେଖି ଅଟକି ଯାଇଥିଲା ଏବଂ ସେହି ଗାଡି ପାଖକୁ ଯାଇ ସେଠି ରଖା ଯାଇଥିବା ହେଲମେଟ କୁ ଏକ ଫଳ ଭାବି ତାକୁ ଖାଇବାରେ ଲାଗିଲା ଏବଂ ହେଲମେଟ କୁ ନେଇ ଆଗକୁ ଚାଲିଗଲା ।

ତେବେ ଏହି ବାଇକ ର ମାଲିକ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ହସୁ ମଧ୍ୟ ଥିଲା ଏବଂ ବିନା ହେଲମେଟ ରେ କିପରି ଯିବ ବୋଲି ଏବଂ ଚାଲାଣ ର ଭୟରେ ସେଠାରେ ଚିନ୍ତା ମଧ୍ୟ କରୁଥିଲା । ତେବେ ଏହି ଭିଡିଓ ଟି ଭାଇରାଲ ହେବା ପରେ ଲୋକମାନେ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ହାତୀର ଏହି ଦୁଷ୍ଟାମି କୁ ଦେଖି ବହୁତ ହସୁଛନ୍ତି ମଧ୍ୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button