ଓଡିଶା

ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ : ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଚ୍ଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଗତ ବର୍ଷ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇନଥିଲା। ତେଣୁ ଏବର୍ଷ ଏହାକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ନାନା ଆଶଙ୍କା ଦେଖାଦେଥିଲା। ଚଳିତ ବର୍ଷ ଠିକ୍‌ ସମୟରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଥିବାରୁ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି l ବର୍ତ୍ତମାନ ଦକ୍ଷିଣା ପବନର ଆଗମନ ସହ ପାଗର ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଛି। ଫଳରେ ରବିବାର ଭୋରୁ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ କଇଁଚ୍ଛ ବେଳାଭୂମି ଉପରକୁ ଉଠି ଆସି ଅଣ୍ଡା ଦେଇଛନ୍ତି। ଗଞ୍ଜାମ ବ୍ଲକର ନୁଆ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ମଧ୍ୟରେ ସହସ୍ରାଧିକ କଇଁଚ୍ଛ ଗଣ ଅଣ୍ଡାଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୧,୩୯୦ କଇଁଚ୍ଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିରଳ ପ୍ରଜାତିର କଇଁଚ୍ଛ ବେଳାଭୂମିରେ ଅଣ୍ଡାଦାନ କରି ସେଗୁଡ଼ିକୁ ବାଲିରେ ଘୋଡାଇ ପୁଣି ସମୁଦ୍ର ମଧ୍ୟକୁ ଚାଲିଯାଇଥାନ୍ତି। ବନ ବିଭାଗ ପକ୍ଷରୁ ଅଲିଭ ରିଡଲେଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସରୁ କଇଁଚ୍ଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button