ଜୀବନଶୈଳୀ

ହାତର ଏହି ରେଖା କହିବ ଜୀବନରେ ଆପଣଙ୍କୁ ମାନ-ସମ୍ମାନ ଏବଂ ଧନ ମିଳିବ ନା ନାହିଁ

ହସ୍ତରେଖା ଜ୍ୟେତିଷଶାସ୍ତ୍ରରେ ହସ୍ତରେଖାକୁ ଦେଖି ବ୍ୟକ୍ତିଙ୍କର ଭବିଶ୍ୟ ବିଷୟରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇପାରିବ। ଜ୍ୟେତିଷଚାର୍ଯ୍ୟ ଅନୁସାରେ ଲୋକଙ୍କର ହାତରେ ଥିବା ସୂର୍ଯ୍ୟରେଖାକୁ ଦେଖି ଅନେକ କଥା ଜଣାପଡିପାରିବ ଯାହା ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଏହି ରେଖା ଆପଣଙ୍କ ଜୀବନରେ ଟଙ୍କା ଏବଂ ସମ୍ମାନ ଆଡକୁ ଇସାରା କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଏହି ହାତର ରେଖା ସ୍ପଷ୍ଟ କିମ୍ବା କୌଣସି ଆଡୁ ଫାଟି ନଥାଏ, ତେବେ ସେହି ବ୍ୟକ୍ତି ଜୀବନସାରା ବହୁତ ଧନ ଦୌଲତ ମିଳିଥାଏ।

ଏମିତି ଜାଣନ୍ତୁ ସୂର୍ଯ୍ୟରେଖାର ଶୁଭ ଏବଂ ଅଶୁଭ ପ୍ରଭାବ ବିଷୟରେ

ହାତରେ ସୂର୍ଯ୍ୟରେଖା ଥିଲେ ବହୁତ ଶୁଭ ବୋଲି ଧରାଯାଏ। ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ରେଖା ଥାଏ ସେ ଜୀବନରେ ବହୁତ ମାନ-ସମ୍ମାନ ଏବଂ ଟଙ୍କା ପାଇଥାନ୍ତି।

hand-ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ରେଖା ନଥାଏ ସେମାନେ ସମାଜରେ ମାନ-ସମ୍ମାନ ବହୁତ କଠିନତାର ସହିତ ମିଳିଥାଏ। ଏହା ସହିତ ଆର୍ଥିକ ପରିସ୍ଥିତି ମଧ୍ୟ ଦେଖାଦେଇଥାଏ।

-ଏହି ରେଖା ଅଧିକ ଲମ୍ବା ହୋଇଥିଲେ ଏହା ଆପଣଙ୍କ ଜୀବନରେ ସୁଖ ଆଣିଥାଏ।

-ଏହି ରେଖା ଉପରେ ସ୍ବସ୍ତିକର ଚିହ୍ନ ଥିଲେ ତାହାକୁ ବହୁତ ଶୁଭ ବୋଲି ଧରାଯାଏ। ଏମିତି ବ୍ୟକ୍ତିଙ୍କୁ ଜୀବନରେ ସୁଖର ଅଭାବ ହୋଇନଥାଏ।

palm-ଏହି ରେଖା ସଫା ଏବଂ ଲମ୍ବା ହୋଇଥିଲେ ମଧ୍ୟ ଯଦି ଏଥିରେ ଅଣ୍ଡାକାର ଚିହ୍ନ ଥାଏ ତେବେ ଏହାକୁ ଅଶୁଭ ବୋଲି କୁହାଯାଏ।

-ଏହି ରେଖା ଉପରେ ଅନ୍ୟ ରେଖା ଚଢ଼ିଗଲେ ସମ୍ମାନ ଏବଂ ଟଙ୍କାରେ ଅଭାବ ଦେଖାଯାଇଥାଏ।

-ଯଦି ସୂର୍ଯ୍ୟରେଖା ତରଙ୍ଗ ଅକାରରେ ହୋଇଥିଲେ ଶୁଭ ହୋଇନଥାଏ। ଏହାଦ୍ବାରା ବ୍ୟକ୍ତିଙ୍କର ମନ ସ୍ଥିର ରହିନଥାଏ। ଏମିତି ବ୍ୟକ୍ତି ଗୋଟିଏ ସ୍ଥାନରେ ରହିପାରନ୍ତି ନାହିଁ।

-ଯଦି ଏହା ଭାଗ୍ୟରେଖା ଠାରୁ ଅନାମିକା ଆଡକୁ ବଢ଼ିଥାଏ ତେବେ ଯଶ ପ୍ରାପ୍ତି ହୋଇଥାଏ।

religion-ଯଦି ହାତରେ ଦୁଇଟି ସମାନ୍ତର ଭାବରେ ସୂର୍ଯ୍ୟ ରେଖା ଥାଏ ତେବେ ଜ୍ୟେତିଷ ଶାସ୍ତ୍ର ଅନୁସାରେ ଏହା ବହୁତ ଶୁଭ ହୋଇଥାଏ। ଏଥିରେ ବ୍ୟକ୍ତି ଧନ, ମାନ-ସମ୍ମାନ ଲବଂ ପ୍ରସିଦ୍ଧି ପ୍ରାପ୍ତ କରିଥାଏ।

-ଅନେକ ଲୋକଙ୍କ ହାତରେ ସୂର୍ଯ୍ୟରେଖା ନତାଏ। ଏମାନେ ମଧ୍ୟ ସଫଳ ହୋଇପାରିବେ କିନ୍ତୁ ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ।

କେଉଁଠି ଥାଏ ଏହି ରେଖା

ସୂର୍ଯ୍ୟରେଖା ଫିଙ୍ଗର ରିଂ ତଳ ଅଂଶରେ ରହିଥାଏ। ଏହି ଭାଗକୁ ସୂର୍ଯ୍ୟ ପର୍ବତ ବୋଲି କୁହାଯାଏ। ଏଥିରେ ଥିବା ରେଖାକୁ ସୂର୍ଯ୍ୟରେଖା ବୋଲି କୁହାଯାଏ। ଏହି ରେଖା ସୂର୍ଯ୍ୟ ପର୍ବତ ଠରୁ ହାତର ତଳ ଆଡକୁ ହ୍ରୁଦୟ ରେଖା ଆଡକୁ ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button