ଓଡିଶା

୫ ବର୍ଷରେ ଉଦ୍ଧାର ହେଲେଣି ୨ଶହରୁ ଅଧିକ ଶିଶୁ ଶ୍ରମିକ

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶିଶୁ ଶ୍ରମିକ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ।

ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଉତ୍ତର ଦେଇ ଶ୍ରମ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗତ ୫ ବର୍ଷ ଭିତରେ ୨୮୩ଟି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଏହା ସଂପୂର୍ଣ୍ଣ ବାରଣ କରାଯାଇଥିଲେ ମଧ୍ୟ ଏହାକୁ ଲୋକେ ନମାନିବାରୁ, ଏନେଇ ଶ୍ରମ ଆଇନକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button