ଓଡିଶା

ଭିଜିଲାନ୍ସ ଜାଲରେ ଆର୍‌ଆଇ ଓ ଅମିନ, ଜମି ମାମଲାର ଇନକ୍ୱାରୀ ପାଇଁ ନେଉଥିଲେ ଲାଞ୍ଚ

ମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର କେଶେଇବାହାଲର ଆର୍‌ଆଇ ଓ ଅମିନ। ଜମି ମାମଲାର ଇନକ୍ୱାରୀ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଲାଞ୍ଚ ଟଙ୍କା ଜବତ କରିବା ସହ ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ଜମି ମାମଲାର ଇନକ୍ୱାରୀ କରିବାକୁ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁ।

ଏ ବାବଦକୁ ପୂର୍ବରୁ ବ୍ୟକ୍ତି ଜଣଙ୍କ ୩ ହଜାର ଟଙ୍କା ଦେଇଥିଲେ। ପରେ ଆହୁରି ୭ ହଜାର ଟଙ୍କା ମାଗିଥିଲେ। ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି। ପୂର୍ବ ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ଆର୍‌ଆଇ ତୁଳସା ପ୍ରଧାନଙ୍କୁ ବଳକା ୭ ହଜାର ଟଙ୍କା ଦେଉଥିବା ବେଳେ ପୂର୍ବରୁ ଲୁଚି ବସିଥିବା ଭିଜିଲାନ୍ସ ଟିମ ହଠାତ ମାଡି ବସିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button