ସ୍ୱାସ୍ଥ୍ୟ

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ ଏହି ସବୁ ଖାଦ୍ୟ

କୋଲେଷ୍ଟ୍ରଲ ସ୍ୱାସ୍ତ୍ୟ ପାଇଁ ଏକ ଜରୁରୀ ଉପାଦାନ। କିନ୍ତୁ ଏହା ଶରୀରରେ ସମତୁଲ ରହିବା ଆବଶ୍ୟକ। କାରଣ କୋଲେଷ୍ଟ୍ରଲ ଅଧିକ କିମ୍ବା କମ୍ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଖାଦ୍ୟପେୟରେ ଅନିୟମିତତା ଏବଂ ଅନ୍ୟାନ୍ୟ କାରଣରୁ କୋଲେଷ୍ଟ୍ରଲ ବୃଦ୍ଧିପାଏ। ଶୀତ ଋତୁରେ ଏହି ସମସ୍ୟା ଅଧିକ ଦେଖାଯାଏ।ଏହି ଋତୁରେ କୋଲେଷ୍ଟ୍ରଲ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଖାଦ୍ୟରେ ପରିବର୍ତ୍ତନ।

ଶୀତ ଋତୁରେ ଲୋକମାନେ ଅଧିକ ଚା’ ପିଇଥାନ୍ତି, ତା’ ସାଙ୍ଗକୁ ଫାଷ୍ଟ ଫୁଡ୍ ଏବଂ ଜଙ୍କ୍ ଫୁଡ୍ ମଧ୍ୟ ଅଧିକ ଖାଇଥାନ୍ତି। ଏହା ଫଳରେ କୋଲେଷ୍ଟ୍ରଲ ବୃଦ୍ଧିପାଏ। ଏଭଳି ପରିସ୍ଥିତିରେ ଖରାପ କୋଲେଷ୍ଟ୍ରଲ ମେଦବହୁଳତା, ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ ପରି ସମସ୍ୟା ସୃଷ୍ଟି କରେ। ତେଣୁ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବା ପାଇଁ କେଉଁ ସବୁ ଖାଦ୍ୟ ଉପାଦେୟ, ଜାଣନ୍ତୁ…

ସୋୟାବିନ୍ 
ଖାଦ୍ୟରେ ସୋୟାବିନ ମିଶାଇ ଉଚ୍ଚ କୋଲେଷ୍ଟ୍ରଲ ହ୍ରାସ କରିପାରିବେ। ସୋୟାବିନ୍ ପ୍ରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ। ଏହା କେବଳ କୋଲେଷ୍ଟ୍ରଲ ହ୍ରାସ କରେ ନାହିଁ ବରଂ ଶରୀରକୁ ଅନ୍ୟାନ୍ୟ ଅନେକ ସୁଫଳ ମଧ୍ୟ ଦେଇଥାଏ।

ଓଟ୍ସ
ଫାଇବରରେ ଭରପୂର ଥିବା ଓଟ୍ସ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାର ସର୍ବୋତ୍ତମ ଉପାଦାନ। ଓଟ୍ସରେ ବିଟା ଗ୍ଲୁଟେନ୍ ଥାଏ, ଯାହା ଖରାପ କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ପ୍ରଭାବଶାଳୀ। ଏଥିରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ମଧ୍ୟ ଥାଏ।

ରସୁଣ 
ଉଚ୍ଚ କୋଲେଷ୍ଟ୍ରଲରେ ପୀଡିତ ଲୋକମାନେ ରସୁଣକୁ ବ୍ୟବହାର କରି କୋଲେଷ୍ଟ୍ରଲ ପରିଚାଳନା କରିପାରିବେ। ପ୍ରତିଦିନ କଞ୍ଚା ରସୁଣ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମିଯାଏ। ଗୋଟିଏରୁ ଦୁଇଟି କଞ୍ଚା ରସୁଣ ପାଖୁଡା ଖାଇବା ଅଭ୍ୟାସ କରନ୍ତୁ। ଏହା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ସହାୟକ ହେବ।

ଅଖରୋଟ
ଏଥିରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୂର ଥାଏ। ଅଖରୋଟ କୋଲେଷ୍ଟ୍ରଲ ହ୍ରାସ କରିଥାଏ। ଏହାକୁ ସାଲାଡ୍, ଜୁସ୍ କିମ୍ବା ସୁପରେ ମିଶାଇ ଖାଇପାରିବେ।

ଅଳସୀ ମଞ୍ଜି
ଓମେଗା-3 ଫ୍ୟାଟି ଏସିଡରେ ଭରପୂର ଥିବା ଅଳସୀ ମଞ୍ଜିକୁ କୋଲେଷ୍ଟ୍ରଲ ହ୍ରାସ ପାଇଁ ସେବନ କରପାରିବେ। ଏହି ମଞ୍ଜିରେ ହୃଦୟ ସୁସ୍ଥକାରକ ଚର୍ବି ରହିଥାଏ ଏବଂ ଏହା ମଧ୍ୟ ଫାଇବରର ଏକ ଉତ୍ତମ ଉତ୍ସ। ଅଳସୀ ମଞ୍ଜିକୁ ଭାଜି ସ୍ନାକ୍ସ ଭାବରେ ଖାଇପାରିବେ। ଏହି ମଞ୍ଜିକୁ ପାଣିରେ ମିଶାଇ ମଧ୍ୟ ପିଇପାରିବେ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button