ଦେଶ ବିଦେଶ

‘ରାଇଫଲ୍‌’ ଉପହାର ଦିଆ-ନିଆ କଲେ ଭ୍ଲାଦିମିର୍‌ ପୁଟିନ୍‌ ଓ କିମ୍‌ ଜୋଙ୍ଗ୍‌ ଉନ୍‌ – Utkal Mail


ମସ୍କୋ: ଉପହାର ଭାବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଓ ଉତ୍ତର କ‌ୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ନିଜ ନିଜର ‘ରାଇଫଲ୍‌’ ଅଦଳ ବଦଳ କରି ପରସ୍ପରକୁ ପ୍ରଦାନ କରିଥିବା କଥା ଗୁରୁବାର ଦିନ ‘କ୍ରେମ୍‌ଲିନ୍‌’ ଘୋଷଣା କରିଛି।

କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ପୁଟିନ୍‌ ଆମେ ଉତ୍ପାଦନ କରୁଥିବା ଉତ୍କୃଷ୍ଟ ଧରଣର ଗୋଟାଏ ରାଇଫଲ୍‌ ଦେଲେ (କିମ୍‌ଙ୍କୁ)। ପ୍ରତି-ଉପହାର ଭାବେ ସେ (ପୁଟିନ୍‌) ମଧ୍ୟ ଗୋଟାଏ କ‌ୋରିଆ ନିର୍ମିତ ରାଇଫଲ୍‌ ଗ୍ରହଣ କରିଛନ୍ତି।

ରାଇଫଲ୍‌ ବ୍ୟତିରେକେ, ପୁଟିନ୍‌ ମଧ୍ୟ କିମ୍‌ଙ୍କୁ ଅନେକ ଥର ମହାକାଶଯାତ୍ରାରେ ବ୍ୟବହୃତ ହୋଇଥିବା ଗୋଟାଏ ସ୍ପେସ୍‌ ସୁଟ୍‌ରୁ ‌‘ଗ୍ଲୋଭ୍‌ସ୍‌’ କାଢ଼ି କିମ୍‌ଙ୍କୁ ଦେଇଛନ୍ତି। ଉତ୍ତର କୋରିଆ ଗସ୍ତ ନିମନ୍ତ୍ରଣକୁ ମଧ୍ୟ ସେ ସାଦର ଗ୍ରହଣ କରିଛନ୍ତି ବୋଲି ପେସ୍‌କୋଭ୍‌ କହିଛନ୍ତି।

କିମ୍‌ଙ୍କ ରୁଷ୍‌ ଗସ୍ତ ସମୟ ବିଷୟରେ ସୂଚନା ଦେଇ କ୍ରେମ୍‌ଲିନ୍‌ କହିଛି କି, ସେ ଆଉ କିଛି ଦିନ ରୁଷ୍‌ ଗସ୍ତରେ ରହିବେ।

Image Courtesy of WKZO

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ କିମ୍‌ ରୁଷ୍‌ରେ ପହଞ୍ଚି ଥିଲେ।

ସମ୍ବାଦ ସରବରାହ ସଂସ୍ଥାନ ‘ଏ.ପି.’ ରିପୋର୍ଟ କରିଛି ଯେ, ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଲଢୁଆ ଜେଟ୍‌ ବିମାନ ନିର୍ମାଣ କରୁଥିବା ଗୋଟାଏ ରୁଷୀୟ ବିମାନ ନିର୍ମାଣ କାରଖାନାକୁ ଯିବା ପରେ ରୁଷ୍‌ର ‘ପେସିଫିକ୍‌ ଫ୍ଲିଟ୍‌’ ପରିଦର୍ଶନ କରିଥିଲେ। କିନ୍ତୁ, ରୁଷ୍‌ରେ ସେ କେଉଁଠି ଅବସ୍ଥାନ କରୁଛନ୍ତି ତାହା ଜଣାପଡୁନାହିଁ।

ସେପଟେ, ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲିମ୍‌ ସୁଉ-ସୁକ୍‌ କହିଛନ୍ତି, ଆନ୍ତର୍ଜାତିକ ସମୁଦାୟ ବାରମ୍ବାର ଚେତାବନୀ ଦେବା ସତ୍ତ୍ବେ ଶିଖର ବୈଠକରେ ଉତ୍ତର କୋରିଆ ଓ ରୁ‌ଷ୍‌ କୃତ୍ରିମ ଉପଗ୍ରହ ନିର୍ମାଣ ସମେତ ସେନା ଅଭିଯାନ ପ୍ରସଙ୍ଗ ଆଲୋଚନା କରିଥିବାରୁ ଆମେ ଖୁବ୍‌ ଚିନ୍ତିତ ଓ ଦୁଃଖିତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button