ବିଜ୍ଞାନ

ବଢ଼ୁଛି ସନରୁଫ କାରର ଚାହିଦା, ଜାଣନ୍ତୁ କ’ଣ ଏହାର ଅସୁବିଧା ରହିଛି

କାରରେ ବଢ଼ୁଛି ସନରୁଫର ଚାହିଦା। ଫ୍ୟାସନେବୁଲ କାର୍‍ ହେଉକି କି ଅନ୍ୟ କିଛି ସବୁଠି ସନରୁଫ ପ୍ରତି ଆକର୍ଷିତ ହେଉଛନ୍ତି ଗ୍ରାହକ। ଏହି ସନରୁଫକୁ ମଧ୍ୟ କମ୍ପାନୀ ଗୁଡ଼ିକ ସୁଲଭ ମୂଲ୍ୟ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି। ଏହି ବ୍ୟବସ୍ଥା ଯୋଗୁ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁର ଭରପୂର ଆନ୍ଦ ନେଇଥାନ୍ତି ଉପଭୋକ୍ତା।

ଜାଣନ୍ତୁ ଏହି ସନରୁଫ କ’ଣ ?

ସନରୁଫ ହେଉଛି ଏକ ସ୍ୱଚ୍ଛ ଚଳନଶୀଳ ପ୍ୟାନେଲ । ଯାହା କାରର ଛାତରେ ରଖାଯାଇଥାଏ । ଏହାକୁ ଆମେ ଟେଲିଂ କିମ୍ବା ସ୍ଲାଇଡ୍ କରି ଖୋଲିପାରିବା । ଆଜିକାଲି ପାନୋରାମିକ୍ ସନରୁଫ ହେଉଛି ଟ୍ରେଣ୍ଡ । ଏହି ସନରୁଫ ଉଭୟ ଆଗ ଏବଂ ପଛ ସିଟକୁ ଆବୃତ୍ତ କରି ରଖିଥାଏ । ସୂର୍ଯ୍ୟକିରଣ ଥିବାବେଳେ କ୍ୟାବିନରେ ପ୍ରାକୃତିକ ଆଲୋକ ଉପଲବ୍ଧ କରେ ଏହି ସନରୁଫ । କାର୍ ଚାଳକ ମଧ୍ୟ ସନରୁଫ ଯୋଗୁ ବାହାର ପବନର ସୁବିଧା ନେଇଥାନ୍ତି । ସନରୁଫ ଦ୍ୱାରା ବାହ୍ୟ ଦୃଶ୍ୟ ମଧ୍ୟ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୁଏ । କ୍ୟାବିନରେ ବାୟୁକୁ ସନ୍ତୁଳନ କରିବା ପାଇଁ ୱିଣ୍ଡୋ ଅପେକ୍ଷା ସନରୁଫ ଅଧିକ ଉପଯୋଗୀ ।

ହେଲେ ଏହି କାର୍‍ ଖରାପ ହେଲେ କାର ମାଲିକ ବହୁ ଅସୁବିଧାରେ ପଡ଼ିଥାନ୍ତି । କାରଣ ଏହି କାର ଖରାପ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । କାରକୁ ବିକ୍ରି କିମ୍ବା ବଦଳାଇବାକୁ ହେଲ କାର୍‍ ମାଲିକଙ୍କୁ ବହୁତ ଭାବିବାକୁ ପଡ଼ିଥାଏ । ତେଣୁ ଏହି କାରକୁ ଭାବିଚିନ୍ତି କିଣିବା ନିହାତି ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button