ରାଜନୀତି

ଖୁସି ନାହାନ୍ତି ସିନ୍ଦେ, ଗୃହ ବିଭାଗ ପାଇଁ ଜିଦ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାୟୁତିର ତିନି ଦଳ ପାଇଁ ଏହା ଖୁସିର ଦିନ ଥିବା ବେଳେ ସିନ୍ଦେଙ୍କ ଚେହେରାରେ ଆଜି ଖୁସି ଦେଖିବାକୁ ମିଳିନଥିଲା। ସେ ମଞ୍ଚରେ ନିରାଶ ହୋଇ ବସିଥିବା ବେଳେ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅଜିତ ପାୱାର ଏକାଠି ବସିଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ମୁହଁରେ ହସ ଥିଲା ଏବଂ ସେମାନେ ସମାନ ଜ୍ୟାକେଟ୍ ପିନ୍ଧିଥିଲେ। ସେହି ସମୟରେ ଏକନାଥ ସିନ୍ଦେ ଦୂରରେ ଅଲଗା ବସିଥିଲେ ଏବଂ ତାଙ୍କ ମୁହଁରେ ନିରାଶା ସ୍ପଷ୍ଟ ଦେଖାଯାଉଥିଲା। ଏବେ ଏକନାଥ ସିନ୍ଦେଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦଳୀୟ ନେତାଙ୍କ ଆଭ୍ୟନ୍ତରୀଣ ଚାପରେ ଏବଂ ଅନ୍ୟ ସମୀକରଣ ବଜାୟ ରଖିବା ପାଇଁ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବୋଲି କେତେକ ଶିବସେନା ନେତା କହିଛନ୍ତି। ବିଜେପି ତାଙ୍କୁ ଗୃହ ମନ୍ତ୍ରାଳୟ ଦେଉନଥିବାରୁ ସେ ନିରାଶ ହୋଇଛନ୍ତି। ଶେଷ ପ୍ରୟାସରେ ସେ ପୁଣି ଥରେ ଗୃହ ବିଭାଗ ଦାବି କରିବେ। ରାଜ୍ୟରେ ବିଜେପିକୁ ୧୩୨ ଟି ଆସନ ମିଳିଥିବାରୁ ଏନ୍‌ସିପି ନେତା ଅଜିତ ପାୱାର ଖୁସି ଜାହିର କରୁଛନ୍ତି । ଏବେ ସେ ଏକନାଥ ସିନ୍ଦେଙ୍କ ବଦଳରେ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ କାମ କରିବାର ସୁଯୋଗ ପାଇବେ ଏବଂ ଏହା ତାଙ୍କ ପାଇଁ ଅଧିକ ସୁବିଧାଜନକ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସରକାରର ସ୍ଥାୟିତ୍ବକୁ ନେଇ ସିନ୍ଦେଙ୍କ ଯେ କୌଣସି ରାଜନୈତିକ ଚାଲ୍‌କୁ ଅଜିତ ପାୱାରଙ୍କ ସମର୍ଥନରେ ଫଡ଼ନାବିସ ପ୍ରତିହତ କରିପାରିବେ ବୋଲି ଚର୍ଚ୍ଚା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button