ସ୍ୱାସ୍ଥ୍ୟ

ପ୍ରତିଦିନ ସକାଳେ ତ୍ରିଫଳା ଖାଇବା ଦ୍ଵାରା ମୂଳରୁ ଭଲ ହୋଇଥାଏ ଏହିସବୁ ରୋଗ

ଆଜି ଆମେ ଆପଣଙ୍କୁ ଯେଉଁ ଔଷଧୀୟ ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ତାହାର ନାମ ହେଉଛି ତ୍ରିଫଳା । ତ୍ରିଫଳାର ବ୍ୟବହାର ହଜାର ହଜାର ବର୍ଷ ଧରି ହେଉଛି । ହରିଡା, ବାହାଡା ଓ ଅଁଳା ଏହି ତିନୋଟି ଜିନିଷକୁ ମିଶାଇ ଯେଉଁ ମିଶ୍ରଣ ତିଆରି କରାଯାଏ ତାକୁ ତ୍ରିଫଳା କୁହାଯାଏ । ଆପଣଙ୍କୁ ମାର୍କେଟରେ ତ୍ରିଫଳା ଉଭୟ ପାଉଡର ଓ ଔଷଧ ରୂପରେ ମିଳିଯିବ ।

ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଭଲ ଆୟୁର୍ବେଦିକ ଔଷଧୀୟ ଜିନିଷ ଅଟେ । ଏହାକୁ ନିୟମିତ ରୂପରେ ସେବନ କରିବା ଦ୍ଵାରା ଆପଣ ସବୁ ପ୍ରକାରର ରୋଗ ସହିତ ଲଢି ପାରିବେ । ଏହା ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିବାରେ ବି ସାହାର୍ଯ୍ୟ କରିଥାଏ । ରାତିରେ ଶୋଇବା ସମୟରେ ତ୍ରିଫଳାର ସେବନ କରିବା ସବୁଠୁ ଉତ୍ତମ ଅଟେ । କିନ୍ତୁ ଆପଣ ଏହାକୁ ସକାଳେ ଉଠିବା ପରେ ବି ସେବନ କରି ପାରିବେ ।

ଏହାକୁ ସକାଳେ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରକୁ ପୋଷଣ ମିଳିଥାଏ ଓ ଏହା ସହିତ ଶରୀରକୁ ଭିଟାମିନ, ଆଇରନ, କ୍ୟାଲସିୟମ ଇତ୍ୟାଦି ମିଳିଥାଏ । ସକାଳେ ତ୍ରିଫଳାକୁ ଗୁଡ ସହିତ ସେବନ କରନ୍ତୁ ।

ଆସନ୍ତୁ ଜାଣିବା ରାତିରେ କିମ୍ବା ସକାଳେ ତ୍ରିଫଳା ଖାଇଲେ ମିଳିଥାଏ କେଉଁ ସବୁ ଲାଭ

·    ରାତିରେ ଶୋଇବା ସମୟରେ ଗୋଟିଏ ଚାମଚ ତ୍ରିଫଳା ଅଳ୍ପ ଗରମ କ୍ଷୀରରେ କିମ୍ବା ଅଳ୍ପ ଗରମ ପାଣିରେ ମିଶାଇ ସେବନ କରିବା ଦ୍ଵାରା କବ୍ଜର ସମସ୍ୟା ଦୂର ହେବାକୁ ଲାଗିଥାଏ ।

·    ତ୍ରିଫଳା ସବୁଦିନ ସେବନ କରିବା ଦ୍ଵାରା ଆମର ଦୃଷ୍ଟିଶକ୍ତି ଅଚାନକ ବୁଦ୍ଧି ହେବାକୁ ଲାଗିଥାଏ । ଗୋଟିଏ ଚାମଚ ତ୍ରିଫଳାର ପାଉଡର, ୧୦ ଗ୍ରାମ ଗାଈର ଘିଅ ଓ ୫ ଗ୍ରାମ ମହୁକୁ ଏକା ସହିତ ମିଶାଇ ଯଦି ଆପଣ ନିୟମିତ ସେବନ କରିବେ ତେବେ ଆଖି ସମ୍ବନ୍ଧିତ ସମସ୍ୟା ଯେମିତି କି ମୋତିଆ ବିନ୍ଦୁ, ଆଖିକୁ କମ ଦେଖାଯିବା, ଆଖିରୁ ପାଣି ବାହାରିବା, ଆଖି ଲାଲ ହେବା ଇତ୍ୟାଦି ଆଖିର ସବୁ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

·    ତ୍ରିଫଳା ପାଉଡର ସେବନ କରିବା ଦ୍ଵାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ହୋଇଥାଏ ।

·    ତ୍ରିଫଳା ପାଉଡର ଖାଇବା ଦ୍ଵାରା ଏହା ଆମର କମଜୋରିକୁ ବି ଦୂର କରିଥାଏ । ଏହା ସହିତ ଏହା ଆମ ରକ୍ତରେ ହିମୋଗ୍ଲୋବିନ ଓ ଲାଲ ରଙ୍ଗର ମାତ୍ରାକୁ ବଢାଇଥାଏ । ଯାହା ଦ୍ଵାରା ଶରୀରରେ କମଜୋରି ଅନୁଭବ ହୋଇ ନ ଥାଏ ।

·    ଯଦି ଆପଣ ନିଜର ଓଜନକୁ କମ କରିବାକୁ ଚାହୁଁଛନ୍ତି ତେବେ ତ୍ରିଫଳା ପାଉଡରକୁ ସବୁଦିନ ସେବନ କରନ୍ତୁ । ଏହା ସହିତ ଏହା ଆମର ପେଟ ସମ୍ବନ୍ଧିତ ସବୁ ସମସ୍ୟା ପାଇଁ ବି ଲାଭଦାୟକ ଅଟେ । ଏହା ସହିତ ଏହା ଆମର ଭୋକକୁ ବି ବଢାଇଥାଏ । ଏହା ହଜମ ଶକ୍ତିକୁ ମଧ୍ୟ ବଢାଇଥାଏ । ଚୁଟି ସମ୍ବନ୍ଧିତ ସମସ୍ୟା ପାଇଁ ବି ତ୍ରିଫଳା ବହୁତ ସାହାର୍ଯ୍ୟକାରି ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button