ଯଦି ଆପଣ ନିଜ ସବୁ ଇଛା ପୁରଣ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଗୋଟେ ମନ୍ତ୍ର ଶନିବାର ଦିନ କହିଦିଅନ୍ତୁ

କାରଣ ଶନିବାର ଦିନଟିଏ ଯଦି ଆପଣ ଓସ୍ତ ଗଛର ପୂଜା କରନ୍ତି । ତେବେ ଆପଣ ଓ ଆପଣଙ୍କ ପରିବାର ସଦସ୍ୟଙ୍କ ଗ୍ରହ ଶାନ୍ତ ହୋଇଥାନ୍ତି । ଧନ, ଆୟୁ ପ୍ରାପ୍ତି ହୋଇଥାଏ । ଏଥିସହ ଶନିବାରକୁ ଯେଉଁ ବ୍ୟକ୍ତି ଓସ୍ତ ଗଛର ପୂଜା କରିଥାଏ । ତେବେ ତା’ ର ମନବାଞ୍ଛା ମଧ୍ୟ ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ତେଣୁ ଯେଉଁ ବ୍ୟକ୍ତି ନିଜର ମନୋକମନା ଶୀଘ୍ର ପୂରଣ କରିବାକୁ ଚାହୁଁଥାନ୍ତି । ଯେଉଁ ବ୍ୟକ୍ତି ଏଠାରେ କୁହାଯାଉଥିବା ଉପାୟକୁ ସକାଳୁ କରିବେ ।
ତେବେ ବହୁତ ଜଲ୍ଦି ହିଁ ତା’ ର ମନବାଞ୍ଛା ପୂରଣ ହୋଇବ । ବିଶେଷ କରି ଏହି ଉପାୟଟିକୁ ଆପଣ ଶନିବାର ଦିନରେ ହିଁ କରନ୍ତୁ । ଆପଣ ସକାଳଉ ଉଠି ନିଜର ନିତ୍ୟକର୍ମ ସାରି ପ୍ରଥମେ ଘର ଠାକୁର ଘର ପୂଜା କରନ୍ତୁ । ତାପରେ ଘର ପାଖରେ ଥିବା କୌଣସି ଓସ୍ତ ବୃକ୍ଷ ନିକଟକୁ ଜାଆନ୍ତୁ । ତାପରେ ସେହି ବୃକ୍ଷ ନିକଟରେ ରାଶି ତେଲର ଦୀପ ଜଳାନ୍ତୁ । ତାପରେ ଏହି 2 ବିଶେଷ ମନ୍ତ୍ରର ଜପ ଆପଣଙ୍କୁ କରିବାକୁ ପଡିବ ।

ସେହି 2 ଟି ଚମତ୍କାରୀ ମନ୍ତ୍ର ହେଉଛି । ତେବେ ପ୍ରଥମ ମନ୍ତ୍ରଟି ହେଉଛି ଆୟୁଃ ପ୍ରଜ୍ଞା ଧନ ଧାନ୍ୟ ସୌଭାଗ୍ୟ ସର୍ବସମ୍ପଦ ଦେହି ଦେବ ମହାବୃକ୍ଷ ତ୍ଵମାହଂ ଶରନମ ଗତଃ । ତାପରେ ଦିତୀୟ ମନ୍ତ୍ରଟି ହେଉଛି ଦାମୋଦରଂ ପଦ୍ମନାଭଂ କେଶବଂ ଗରୁଡଧ୍ବଜମ ଗୋବିନ୍ଦ ମଚ୍ଯୁତଂ କୃଷ୍ଣମନୋନ୍ତମ୍ ପରାଜିତମ୍ ।
ଏହାପରେ ଏହି 2 ମନ୍ତ୍ର ବୋଲି ସାରି ଆପଣ ଓସ୍ତ ବୃକ୍ଷର 11 ଥର ପରିକ୍ରମା କରନ୍ତୁ । ତାପରେ ଗୋଟିଏ ପାତ୍ରରେ ପାଣି ନେଇ ଓସ୍ତ ବୃକ୍ଷର ଏକ ପତ୍ର ଆଣି ସେହି ପତ୍ରରେ ଓସ୍ତ ବୃକ୍ଷରେ ପାଣି ସିଂଚନ କରିବେ । ତାପରେ ସେହି ପାଣିକୁ ଘରକୁ ଆଣି ଆପଣ ପରିବାର ସମସ୍ତ ସଦସ୍ୟଙ୍କ ଉପରେ ଛିଞ୍ଚି ଦିଅନ୍ତୁ ।

ନିଜ ଉପରେ ମଧ୍ୟ ସେହି ପାଣିକୁ ଛିଛନ୍ତୁ । ତେବେ ଏହା କରିବା ଦ୍ଵାରା ଆପଣ ତଥା ଆପଣଙ୍କ ପରିବାର ଉପରେ ଥିବା ସବୁ ଅଶୁଭ ଶକ୍ତି ଦୂର ହୋଇବ । ଏଥିସହ ଘରେ ଲାଗି ରହୁଥିବା ଗୋଟିଏ ପରେ ଗୋଟିଏ ସମସ୍ଯା ମଧ୍ୟ ଘରୁ ଚାଲିଯିବ ।



