ଦେଶ ବିଦେଶ

ବୋହୂକୁ ନେଇ ଫେରାର ଶ୍ୱଶୁର ! ଏତଲା ଦେବାପାଇଁ ଥାନାରେ ପହଞ୍ଚିଲା ପୁଅ, ପୁରା ଘଟଣା ଜାଣିଲେ ତଯୁବ ହେବେ ଆପଣ….

ଝିଅଟିଏ ବାହା ହୋଇ ଶାଶୂଘରକୁ ଆସିବା ପରେ ଶ୍ୱଶୁର ଏବଂ ଦିଅର ତା ପାଇଁ ବାପା ଓ ଭାଇ ସମାନ ହୋଇଥାନ୍ତି। ହେଲେ ଉତ୍ତର ପ୍ରଦେଶର ବଦାୟୁ ଜିଲ୍ଳାରେ ଜଣେ ଶ୍ୱଶୁର ନିଜ ବୋହୂକୁ ବାହା ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ବୋହୂକୁ ବାହା ହୋଇ ବ୍ୟକ୍ତି ଜଣକ ଅନେକ ଦିନ ହେବ ଘର ଛାଡ଼ି ପଳାଇଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅର ଆର୍ଥିକ ସଙ୍କଟ ଦେଖା ଦେବାରୁ ସେ ଥାନାରେ ଏଥିନେଇ ଏତଲା ଦେଇଛି।

ସମ୍ପୂର୍ଣ୍ଣ ଖବର ମୁତାବକ ଉତ୍ତର ପ୍ରଦେଶ ବଦାୟୁ ଜିଲ୍ଲା ଦବତରା ଗାଁର ୩୯ ବର୍ଷୀୟ ଦେବାନନ୍ଦ ୨୦୧୫ରେ ନିଜ ପତ୍ନୀଙ୍କୁ ହରାଇଥିଲେ। ଏହାପରେ ୨୦୧୬ ମସିହାରେ ଦେବାନନ୍ଦ ନିଜ ପୁଅର ବାହାଘର କରାଇ ଥିଲେ। ହେଲେ ପୁଅ ମଧ୍ୟପ ଥିବାରୁ କିଛି ଦିନ ଭିତରେ ପୁଅ ଓ ବୋହୂ ଭିତରେ ମତାନ୍ତର ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଦେବାନନ୍ଦ ଓ ତାଙ୍କ ବୋହୂ ମଧ୍ୟରେ ନିବିଡ଼ତା ବଢିବାକୁ ଲାଗିଥିଲା। ଶେଷରେ ଉଭୟେ ପରସ୍ପରକୁ ବିବାହ କରି ଘର ଛାଡ଼ି ପଳାଇଥିଲେ।

ତେବେ ଏହାର କିଛି ବର୍ଷ ପରେ ପୁଅର ଆର୍ଥିକ ସଙ୍କଟ ଦେଖା ଦେବାରୁ ସେ ନିଜ ପତ୍ନୀ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲା। ପୋଲିସ ଏହାର ଛାନ୍-ବିନ୍ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ, ଶ୍ୱଶୁର ବୋହୂ ବିଧିବଦ୍ଧ ଭାବରେ ବିବାହ କରିଥିବା ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ଥିବା ଜାଣିବା ପରେ ପୋଲିସ ଏହି ମାମଲାକୁ ରଫାଦଫା କରିଦେଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button