କ୍ରୀଡା

ସିଲି ପଏଣ୍ଟ୍‌: ବ୍ୟାଡ୍‌ମିଣ୍ଟନ୍ ସିନେମା ‘ଲଭ୍ ଅଲ୍‌’ – Utkal Mail


ବ୍ୟାଡ୍‌ମିଣ୍ଟନ୍ ଭିତ୍ତିକ ହିନ୍ଦି ସିନେମା ‘ଲଭ୍ ଅଲ୍‌’ ଆଗାମୀ ସେପ୍ଟେମ୍ବର ପହିଲାରେ ମୁକ୍ତି ଲାଭ କରିବ। ସୁଧାଂଶୁ ଶର୍ମାଙ୍କ ନିର୍ଦେଶିତ ଏହି ସିନେମାରେ କେକେ ମେନନ୍‌, ସ୍ବସ୍ତିକା ମୁଖାର୍ଜୀ, ଶ୍ରୀସ୍ବର ଓ ରବିନ୍ ଦାସ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅନ୍ୟ ପ୍ରମୁଖ ଚରିତ୍ରରେ ରହିଛନ୍ତି ସତ୍ୟକାମ ଆନନ୍ଦ, ପ୍ରବୀଣା ଭଗବତ ଦେଶପାଣ୍ଡେ, ଅତୁଲ ଶ୍ରୀବାସ୍ତବ ଏବଂ ରାଜା ବୁନ୍ଦେଲା।

ଏହି ସିନେମା ସହିତ ମଧ୍ୟ କିଂବଦନ୍ତି ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପୁଲେଲା ଗୋପୀଚାନ୍ଦ, ଖ୍ୟାତନାମା ବଲିଉଡ୍‌ ନିର୍ଦେଶକ ମହେଶ ଭଟ୍ଟ ଏବଂ ଅନନ୍ଦ ପଣ୍ଡିତ ହାତ ମିଳାଇଛନ୍ତି। ହିନ୍ଦି, ତାମିଲ, ତେଲୁଗୁ, ମାଳୟାଲମ୍‌, କନ୍ନଡ଼, ‌ଓଡ଼ିଆ, ବେଙ୍ଗଲି, ଆସାମିଜ୍ ଏବଂ ବିଦେଶୀ ଭାଷାରେ ମଧ୍ୟ ଏହା ମୁକ୍ତିଲାଭ କରିବ। ବିଶ୍ବବ୍ୟାପୀ ପ୍ରସାରଣ ଦାୟିତ୍ବ ନେଇଛି ଏମ୍ ରମେଶଙ୍କ ଲକ୍ଷ୍ମୀ ଗଣପତି ଫିଲ୍ମ ଷ୍ଟୁଡିଓ। ସହକ‌ାରୀ ପ୍ରଯୋଜକ ଦାୟିତ୍ବରେ ଅଛନ୍ତି ଦିଲୀପସୋନି ଜୟସ୍ବାଲ୍‌, ରାହୁଲ ଭି ଦୁବେ ଏବଂ ସଂଜୟ ସିଂହ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button