ଦେଶ ବିଦେଶ

ଡାକ୍ତର କହିଲେ ଅସୁସ୍ଥତା ବାହାନା କରୁଛ; କିନ୍ତୁ ମରିଗଲେ ଅସାଧ୍ୟ ରୋଗରେ ପୀଡ଼ିତା ୩୩ ବର୍ଷୀୟ ମହିଳା – Utkal Mail


ନୂଆଦିଲ୍ଲୀ: ଦେହ ଭଲ ନାହିଁ ବୋଲି ବାହାନା କରୁଥିବା କଥା ଡାକ୍ତରମାନେ କହୁଥିବା ବେଳେ ‘ଆଇଲଜ୍‌ ଡାନ୍‌ଲସ୍‌ ସିଣ୍ଡ୍ରମ୍‌’ (ଇଡିଏସ୍‌) ରୋଗରେ ପୀଡ଼ିତା ନିଉଜିଲାଣ୍ଡ୍‌ର ଜଣେ ୩୩ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ନିଉଜିଲାଣ୍ଡ୍‌ ହେରାଲ୍‌ଡ୍‌’ ରିପୋର୍ଟ କରିଛି।

‘ଦି ନିଉଜିଲାଣ୍ଡ୍‌ ହେରାଲ୍‌ଡ୍‌’ ରିପୋର୍ଟ ଅନୁସାରେ, ଅକ୍‌ଲାଣ୍ଡ୍‌ସ୍ଥିତ ନିଜ ବାସଭବନରେ ସେପ୍ଟେମ୍ବର ୧ ତାରିଖ ଦିନ ଷ୍ଟିଫାଇନ୍‌ ଏଷ୍ଟନ୍‌ ନାମ୍ନୀ ସେ ୩୩ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଯାଇଛି।

୨୦୧୫ ଅକ୍ଟୋବର ମାସରେ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିବା ବେଳେ ସେ ଅସୁସ୍ଥତା ଅନୁଭବ କରି  ସେ ଅକ୍‌ଲାଣ୍ଡ୍‌ ହସ୍ପିଟାଲ୍‌ର ଡାକ୍ତରଙ୍କ ପରାମର୍ଶ କରିଥିଲେ। କିନ୍ତୁ, ସେ ମାନସିକ ଭାବେ ଅସୁସ୍ଥ କହି ଡାକ୍ତରମାନେ ସେ କହୁଥିବା ‘ଆଇଲଜ୍‌ ଡାନ୍‌ଲସ୍‌ ସିଣ୍ଡ୍ରମ୍‌’ର (ଏକ ଧରଣର ‘ଟିସ୍ୟୁ’ ରୋଗ) ଲକ୍ଷଣ ସବୁ ମିଛ ବୋଲି କହିଥିଲେ। ଭୀଷଣ ମୁଣ୍ଡବ୍ୟଥା, ପେଟ ଟଣା, ଗଣ୍ଠି ସବୁ ଖସିଯିବା, ଅଳ୍ପ ମାଡ଼ରେ ଖଣ୍ଡିଆଖାବରା ହୋଇଯିବା, ଲୌହାଂଶ ଅଭାବ, ମୂର୍ଚ୍ଛାଯିବା ପରି ଲାଗିବା ଆଦି ଲକ୍ଷଣ ସେ ଡାକ୍ତରଙ୍କୁ କହିଥିଲେ।

Image Courtesy of NY Breaking

କିନ୍ତୁ, ସେ ଯେ, ଉପରୋକ୍ତ ବଂଶାନୁକ୍ରମିକ ରୋଗରେ ପୀଡ଼ିତା, ତାହା ସେ ସେତେବେଳେ ଜାଣି ନ ଥିଲେ ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି। ଓଲଟି ତାଙ୍କୁ ‘ସାଇକ୍ରିଆଟିକ୍‌ ୱାଚ୍‌’ରେ (ମାନସିକ ଲକ୍ଷଣ ଉପରେ ନଜର ଦେବା) ରଖାଯାଇଥିଲା।

ପରେ ଏହି ଆନୁବଂଶିକ ରୋଗ ଚିକିତ୍ସା ପାଇଁ ବିଶେଷ ଦକ୍ଷତା ଥିବା ୩ଜଣ ଡାକ୍ତର ଷ୍ଟିଫାଇନ୍‌ ଏଷ୍ଟନ୍‌ଙ୍କୁ ପରୀକ୍ଷା କରିଥିଲେ। ସେ ‘ଆଇଲଜ୍‌ ଡାନ୍‌ଲସ୍‌ ସିଣ୍ଡ୍ରମ୍‌’ ଦ୍ବାରା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। କିନ୍ତୁ, ଏହା ଦୂରାରୋଗ୍ୟ ବା ଏହାର ଚିକିତ୍ସା ଅସାଧ୍ୟ ବୋଲି ଜାଣିବା ପରେ ୨୦୧୭ରେ ଷ୍ଟିଫାଇନ୍‌ ଏଷ୍ଟନ୍‌ ‘ଆଇଲଜ୍‌ ଡାନ୍‌ଲସ୍‌ ସିଣ୍ଡ୍ରମ୍‌ ନିଉଜିଲାଣ୍ଡ୍‌’ ନାମରେ ଲାଭରହିତ ଦାତବ୍ୟ ସଙ୍ଗଠନ ସ୍ଥାପନ କରିଥିଲେ। ତାଙ୍କର ମୃତ୍ୟୁ ଯୋଗୁଁ ସମଗ୍ର ‘ଇଡିଏସ୍’ ସମ୍ପ୍ରଦାୟ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button