ପୁଣି ଥରେ ରେକର୍ଡ଼ କରିବାକୁ ଯାଉଛନ୍ତି Sura Routrayଙ୍କ ପୁଅ, ଭାବବିହ୍ଵଳ ହୋଇ ପୁଅ ବିଷୟରେ କିଛି ଏମିତି କହିଲେ ସୁର ଭାଇଙ୍କ ସ୍ତ୍ରୀ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ଓଡିଶାରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଆଜି ସେ ତାଙ୍କ ବଡ ପୁଅଙ୍କ ପାଇଁ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୁର ରାଉତଙ୍କ ପୁଅ ସବୁଠାରୁ ବଡ ପର୍ବତ ମାଉଣ୍ଟ ଏଭରେଷ୍ଟରେ ନିଜର ରେକର୍ଡ ସୃଷ୍ଟି କରିବା ପାଇଁ ଯାଉଛନ୍ତି । ଏହି ସମ୍ପର୍କରେ ସୁର ରାଉତଙ୍କ ସ୍ତ୍ରୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।

ବିଧାୟକ ସୁର ରାଉତଙ୍କ ସ୍ତ୍ରୀ ନିଜ ପୁଅ ବିଷୟରେ କହିଛନ୍ତି କି “ମୋ ପୁଅ ପର୍ବତ ଛାଡିବ ଦୁଖ ବି ଲାଗୁଛି ସୁଖ ବି ଲାଗୁଛି ଡର ବି ଲାଗୁଛି । ଖାଲି ବରଫ ପଡିଛି ପର୍ବତରେ କେତେ କଷ୍ଟକର । କିନ୍ତୁ ମୋର ବିଶ୍ଵାସ ଅଛି ମୋ ପୁଅ ପାଖରେ ସେତିକି ସାହସ ଅଛି ସେ ପର୍ବତ ଚଢିପାରିବ । ସେଠାରେ ତାକୁ ଖାଇବା ଦେବା ନେବା କରିବାକୁ ଲୋକ ଅଛନ୍ତି ।
ମୁଁ ଗୋଟେ ଛୋଟିଆ ସ୍ତ୍ରୀ ଲୋକ । ମୁଁ ତ ଗୋଟେ ଗାଉଁଲି ଝିଅ ବହୁତ କମ ପାଠ ପଢୁଛି । ମୁଁ କେବେ ପର୍ବତ ଚଢି ନାହି । କିନ୍ତୁ ମୋ ପୁଅ ମାନେ ବହୁତ ଭଲ ପାଠ ପଢୁଛନ୍ତି । ଗୋଟେ ପୁଅ ମୋର ଇଣ୍ଡିଆରେ କମାଣ୍ଡର ଅଛି । ଆମେରିକାରେ ଆଉ ଗୋଟେ ପୁଅ କମ୍ପାନୀରେ ସେକ୍ରେଟାରୀ ଅଛି । ପୂର୍ବରୁ ୪ଟି ପର୍ବତ ମୋ ପୁଅ ଚଢି ସାରିଛି ଏଟା ତାର ପଞ୍ଚମ ଥର ।

ଆଗକୁ ଆଉ ଦୁଇଟା ପର୍ବତ ଚଢିବ । ରାତିରେ ତା ବାପା କହିବେ ମୋତେ ଜମା ନିଦ ହେଉନି । ମୋତେ ଭାରି ଡର ଲାଗୁଛ । ମୁଁ ଏତେ ଭାବୁ ନାହି ତୁମେ ଏମିତି କାହିଁକି ଭାବୁଛନ୍ତୁ କହି ମୁଁ ସୁରାଙ୍କୁ ବୁଝାଏ । ଏଭରେଷ୍ଟ ଉପରକୁ ପୂର୍ବ ଥର ଚଢିବା ବେଳେ ଆମକୁ ବିଶ୍ଵାସ ଲାଗୁ ନ ଥିଲା କିନ୍ତୁ ମୋ ପୁଅ ଚଢିଗଲା । ଯେଉଁ ଦିନ ପହଞ୍ଚିଥିଲା ମୋ ପୁଅ ଓଡ଼ିଶାର ପତାକା ଦେଖାଇଥିଲା ।
ଆମେ ତାକୁ କିଛି ଶିଖାଇନୁ ସେ ତାର ମନକୁ ମନ କରୁଛି । ସେ ଆଶା ରଖିଛି ଆଗକୁ ଭବିଷ୍ଯତରେ ଏମିତି କରିବ । ମୋ ବଡ ପୁଅ ଘରକୁ ୬ ମାସରେ ୧୫ ଦିନ ପାଇଁ ଆସେ । ମୋ ପୁଅ ସିଦ୍ଧାନ୍ତ ପିଲାଦିନେ ବହୁତ ଆକ୍ଟିଭ ଥିଲା । ତାର କ୍ଳାସରେ ସେ ବେଷ୍ଟ ହୁଏ । ତାକୁ ସମସ୍ତେ ବହୁତ ଭଲ ପାଆନ୍ତି” ।

