ଓଡିଶା

୫ ବର୍ଷରେ ହେମନ୍ତଙ୍କ ବୟସ ବଢ଼ିଯାଇଛି ୭ ବର୍ଷ

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ହେମନ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ବା ସତ୍ୟପାଠ ଅନୁଯାୟୀ ତାଙ୍କ ବୟସ ପାଞ୍ଚ ବର୍ଷ ମଧ୍ୟରେ ସାତ ବର୍ଷ ବୃଦ୍ଧି ପାଇଛି। ୨୦୧୯ରେ, ହେମନ୍ତଙ୍କ ବୟସକୁ ତାଙ୍କ ନାମାଙ୍କନ ପତ୍ରରେ ୪୨ବର୍ଷ ବୋଲି ଉଲ୍ଲେଖ କରାଯାଇଥିଲା, କିନ୍ତୁ ଏହି ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି।

ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ବର୍ତ୍ତମାନ ହେମନ୍ତଙ୍କ ବୟସକୁ ନେଇ ଏକ ବିବାଦ ଦେଖାଦେଇଛି ଏବଂ ଏହାକୁ ନେଇ ପ୍ରଶ୍ନ ଉଠିଛି।

ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ-ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ୍‌ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ। କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ପରାସ୍ତ କରିବେ। ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସର୍ବଦା ଏହିପରି କରନ୍ତି। ଆମେ ନିର୍ବାଚନ ଆୟୋଗଙ୍କୁ ଏହା ଜଣାଇଛୁ। ଏହା ଭୁଲ ଅଟେ।

ଏଥି ସହ ଜେଏମଏମ ନେତା ମନୋଜ ପାଣ୍ଡେ କହିଛନ୍ତି ଯେ ଜେଏମଏମ କିଛି ଲୁଚାଇ ନାହିଁ। ସମସ୍ତ ଡକ୍ୟୁମେଣ୍ଟ୍ ଦିଆଯାଇଛି । ଡକ୍ୟୁମେଣ୍ଟ ଦିଆଯିବା ପରେ ରିଟର୍ଣ୍ଣିଂ ଅଫିସର ଚୁପ୍ ରହିଲେ ଏବଂ ପରାଜୟ ପରେ ବିଜେପି ଷଡଯନ୍ତ୍ର କରୁଛି। ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି। ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ। ବିଜେପିର ବହୁ ନେତା ଫର୍ଜି ଡିଗ୍ରୀ ଦାଖଲ କରିଥିବା ଆମେ ଜାଣିଛୁ। କିନ୍ତୁ ଆମେ ଏପରି କୌଣସି ବି ଫର୍ଜି ଦସ୍ତାବିଜ ଦାଖଲ କରୁନା ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button