ଓଡିଶା

ସାଙ୍ଗ ମାନଙ୍କ ସହ ଗଣ୍ଡଗୋଳ କରି ମହାନଦୀକୁ ଡେଇଁ ପଡିଥିଲେ , ବଞ୍ଚିଗଲେ – Utkal Mail



ବାଙ୍କୀ : କଥାରେ ଅଛି ରଖେ ହରି ତ ମାରେ କିଏ  । ଆତ୍ମହତ୍ୟା କରିବାକୁ ଆସି ଯୁବକ ଜଣଙ୍କ ମହାନଦୀକୁ ଡେଇଁପଡିଥିଲେ  । ହେଲେ ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନିଶମବାହିନୀ  । ସୂଚନା ଅନୁସାରେ ଆଜି ଜଣେ ଯୁବକ ଭୁବନେଶ୍ବରରୁ ନିଜ ବାଇକରେ ଆସି ବାଇକକୁ ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରେ ରଖିଥିଲେ । ଏବଂ ଆତ୍ମହତ୍ୟା କରିବାକୁ ମହାନଦୀକୁ ଡେଇଁ ପଡିଥିଲେ । ଯୁବକଙ୍କୁ ପାଣି ଭିତରକୁ ଡେଇଁବା ଦେଖି ସେଠାରେ ଥିବା କିଛି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ପରେ ଅଗ୍ନିଶମବାହିନୀ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ସାଙ୍ଗ ମାନଙ୍କ ସହ ଝଗଡାକୁ ନେଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ପୋଲିସ ଯୁବକଙ୍କ ବାଇକକୁ ଜବତ କରି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମହାନଦୀରେ ପାଣି କମ୍ ଥିବାରୁ ଯୁବକ ଜଣଙ୍କ ସମ୍ପୂର୍ଣ୍ଣ ବୁଡି ପାରିନଥିଲେ  । ବର୍ତ୍ତମାନ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button