ସ୍ୱାସ୍ଥ୍ୟ

ଆପଣ ଜୀବନରେ କେବେ ଅନୁତାପ କରିଛନ୍ତି କି , କେମିତି ଅନୁତାପ ସହ ଡିଲ୍ କରିବେ ? ଜାଣନ୍ତୁ ମନସ୍ତତ୍ଵବିତ କଣ କହୁଛନ୍ତି

ପ୍ରତିଟି ମଣିଷ ତା’ ଜୀବନରେ କେବେ ନା କେବେ କୌଣସି କାରଣ ପାଇଁ ଅନୁତାପ ନିଶ୍ଚୟ କରିଥାଏ । କିଏ ଚାକିରିକୁ ନେଇ, କିଏ ସମ୍ପର୍କକୁ ନେଇ ତ ଆଉ କିଏ ନିଜର ନିଷ୍ପତ୍ତିକୁ ନେଇ ଅନୁତାପ କରିଥାନ୍ତି । କିଛି ହରାଇବାର ଦୁଃଖ ଆଉ ଜୀବନରେ ମିଳିଥିବା କିଛି ବିଫଳତାକୁ ନେଇ ଅନୁତାପ ମଣିଷ ମନକୁ ବିଚଳିତ କରି ଦେଇଥାଏ । କିନ୍ତୁ ଏହି ଅନୁତାପରୁ ସକାରାତ୍ମକ ଶିକ୍ଷା ଗ୍ରହଣ କଲେ ଆଗାମୀ ଭବିଷ୍ୟତ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ମନସ୍ତତ୍ଵବିତ ସମ୍ବିତ ନନ୍ଦ ।

ଅନୁତାପ କରିବା ଦ୍ଵାରା ମଣିଷ ମନକୁ ନକରାତ୍ମକ ଚିନ୍ତାଧାରା ଆସିଥାଏ । କିନ୍ତୁ ବୁଝିବା ଉଚିତ ଯେ ଅନୁତାପ ଆମ ଜୀବନର ଗୋଟିଏ ଅଂଶ । ଏହା କାହା ଜୀବନରେ ଯେ କେବେ ନ ଆସିବ କେହି କହିପାରିବ ନାହିଁ । ଅନୁତାପ ଶବ୍ଦ ଆମ ସମସ୍ତଙ୍କ ଜୀବନରେ ଆସିଥାଏ । ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ସଂଘର୍ଷ କରିଥାଉ । ଜନ୍ମ ହେବା ଦିନଠାରୁ ସ୍କୁଲ, କଲେଜ ପାଠପଢା, ଚାକିରି, ବୈବାହିକ ଜୀବନ, ପିଲାଛୁଆ ଓ ବୁଢା ହେବା ପର୍ଯ୍ୟନ୍ତ ଆମକୁ ସଂଘର୍ଷ କରିବାକୁ ପଡିଥାଏ ।

ପ୍ରତ୍ଯେକଙ୍କ ଜୀବନରେ ଅନେକ ଆଶା ଏବଂ ସପ୍ନ ତଥା ଅଭିଳାଷ ଥାଏ । ସେଥିମଧ୍ୟରୁ କିଛି ହାସଲ ହୁଏ ଆଉ କିଛି କରି ହୁଏନି । ଏହିସବୁ ମଧ୍ୟରେ ଅନୁତାପ ବା ପଶ୍ଚାତାପ ଆସିଥାଏ । ଅନୁତାପ ଏକ ନକରାତ୍ମକ ଅନୁଭୂତି ଏଥିରେ କୌଣସି ସନ୍ଦେହ ନାହିଁ ସତ କିନ୍ତୁ ଏଥିରୁ ମିଳିଥିବା ଶିକ୍ଷା ଆମକୁ ଜୀବନରେ ଆଗକୁ ସାହାଯ୍ୟ କରିବ ।

ଏହା ଆମକୁ ଆଗକୁ ରାସ୍ତା ଦେଖାଇବ ଓ ଅନେକ ବିଷୟ ପ୍ରତି ଜାଗ୍ରତ ରହିବା ପାଇଁ ମଧ୍ୟ ଶିଖାଇଥାଏ । ଅନୁତାପରୁ ଶିଖିବା ନିହାତି ଜରୁରୀ । ଅନେକ ସମୟରେ କିଛି ଅନୁତାପ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁହେ ଆଉ କିଛି କମ୍ ସମୟରେ ଠିକ ହୋଇଯାଏ । ଆମେ ଯେତେବେଳେ ବି କିଛି ନିଷ୍ପତ୍ତି ନେଉ ଭାବିଚିନ୍ତି ନେଇଥାଉ । କିଛି ନିଷ୍ପତ୍ତିରେ ଭାଗ୍ୟ ସାଥ୍ ଦିଏ ଆଉ କିଛିରେ ଦିଏନି । କିନ୍ତୁ କୌଣସି ନିଷ୍ପତ୍ତି ଫଳପ୍ରଦ ନହେଲେ ଆମର ଅନୁତାପ ହୁଏ ।ତେବେ କିଛି ସମୟ ପର୍ଯ୍ୟନ୍ତ ଥରେ ଅଧେ ଅନୁତାପ ହେବା ଠିକ କିନ୍ତୁ ଯଦି ସେହି ଅନୁତାପ ବାରମ୍ବାର ଆମକୁ ବ୍ୟତିବ୍ୟସ୍ତ କରିଦେଉଛି ତେବେ ଏହା ଆମ ମାନସିକ ଏବଂ ଭବିଷ୍ୟତ ଜୀବନ ପାଇଁ ମଧ୍ୟ ଠିକ ନୁହେଁ ।

ତେଣୁ ଯଦି କୌଣସି ବିଷୟକୁ ନେଇ ପଶ୍ଚାତାପ କରୁଛନ୍ତି ତେବେ ଏହା ସମ୍ବନ୍ଧରେ ନିଜର ଆତ୍ମୀୟ ସ୍ଵଜନ କିମ୍ବା କୌଣସି ଘନିଷ୍ଠ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ । ଦେଖିବେ ନିଶ୍ଚୟ ଆପଣଙ୍କୁ ଏକ ସକାରାତ୍ମକ ଦିଗ ଦେଖାଯିବ । ଜୀବନରେ ଭଲ ମନ୍ଦ ସବୁ ବିଷୟରୁ ଅନୁଭୂତି ହାସଲ କରନ୍ତୁ ଓ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ଜୀବନକୁ ଓ ଚିନ୍ତାଧାରାକୁ ଆହୁରି ମାର୍ଜିତ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button