ନୀତି

ବୁଧର ହୀରାତୁଲ୍ୟ ଛବି : ‘ଲାଇକ୍‌ ଏ ଡାଏମଣ୍ଡ୍‌ ଇନ୍‌ ଦି ସ୍କାଏ’ – Utkal Mail


ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିୟମିତ ଭାବେ ଅନ୍ତରୀକ୍ଷ ବ୍ରହ୍ମାଣ୍ଡର ଚମତ୍କାର ଫଟୋ ସବୁ ଉତ୍ତୋଳନ କରି ମହାକାଶପ୍ରେମୀମାନଙ୍କୁ ମନ୍ତ୍ରମୁଗ୍‌ଧ କରିଆସିଛି। ଏହି କ୍ରମରେ ନିକଟରେ ‘ନାସା’ ଆମ ସୌରମଣ୍ଡଳର କ୍ଷୁଦ୍ରତମ ଗ୍ରହ ବୁଧର ଏକ ଚିତ୍ତାକର୍ଷକ ଫଟୋ ଛାଡ଼ିଛି। ଦର୍ଶକମାନଙ୍କୁ ତାହା ପିଲାବେଳର ଗୀତ ‘ଟ୍ବିଙ୍କଲ୍‌ ଟ୍ବିଙ୍କଲ୍‌…’ର ଶେଷ ଧାଡ଼ି ‘ଲାଇକ୍‌ ଏ ଡାଏମଣ୍ଡ୍‌ ଇନ୍‌ ଦି ସ୍କାଏ’କୁ ମନେ ପକାଇଦେଇଛି। ଉକ୍ତ ଫଟୋରେ ବୁଧର ଶୁଷ୍କ ପୃଷ୍ଠଦେଶରେ ଅନେକ ଗର୍ତ୍ତ ସହ ନୀଳ ରଙ୍ଗର ଏକାଧିକ ଛାଇ ଭରିରହିଛି।

ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟଙ୍କ ଠାରୁ ହାରାହାରି ୫୮ ନିୟୁତ କି.ମି. ଦୂରରେ ପ୍ରଦକ୍ଷିଣ କରୁଥିବା ବୁଧ ହେଉଛି ସୂର୍ଯ୍ୟର ସବୁଠୁ ନିକଟତମ ଗ୍ରହ। ତେବେ ସୂର୍ଯ୍ୟର ନିକଟତର ହୋଇ ସୁଦ୍ଧା ତାହା ସୌରମଣ୍ଡଳର ଉଷ୍ଣତମ ଗ୍ରହ ନୁହେଁ। ନାସା ଛାଡ଼ିଥିବା ବୁଧର ଏହି ଫଟୋଟି ତାହା ଚାରିପାଖେ ଘୂରୁଥିବା ପ୍ରଥମ କୃତ୍ରିମ ଉପଗ୍ରହ ‘ମେସେଞ୍ଜର’ ଦ୍ବାରା ଉତ୍ତୋଳିତ।

ବୁଧର ଭୂତତ୍ତ୍ବ, ଚୁମ୍ବକୀୟ କ୍ଷେତ୍ର ଓ ରାସାୟନିକ ଗଠନ ଉପରେ ପରୀକ୍ଷାନିରୀକ୍ଷା ଚଳାଇଥିବା ମେସେଞ୍ଜର ବୁଧ ପୃଷ୍ଠର ବିଭିନ୍ନ ପ୍ରସ୍ତରର ପରିବର୍ଦ୍ଧିତ ରଙ୍ଗିନ ଫଟୋ ସବୁ ଉଠାଇ ଚାଲିଛି। ବୁଧର ଉକ୍ତ ହୀରାତୁଲ୍ୟ ଫଟୋଟି ସାର୍ବଜନୀନ ହେବା ପରେ ସାମାଜିକ ଗଣମାଧ୍ୟମରେ ତାହାକୁ ୧୧ ଲକ୍ଷରୁ ଅଧିକ ଜଣ ପସନ୍ଦ କରିବା ସହ ରୋଚକ ଟିପ୍ପଣୀମାନ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button