ଓଡିଶା
ଥମୁନି ହାତୀ ଆତଙ୍କ, ହାତୀ ଆତଙ୍କକୁ ନେଇ ଭୟଭୀତ ହୋଇ ରହିଛନ୍ତି ଗ୍ରାମବାସୀ

ମୟୂରଭଞ୍ଜ : ଥମୁନି ହାତୀ ଆତଙ୍କ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ହାତୀପଲ । ନୀଳଗିରିରେ ୬୫ ଟିକିଆ ଝାଡଖଣ୍ଡୀ ହାତୀପଲ। ମୟୁରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପ୍ରବେଶ କରିଛନ୍ତି ଏହି ହାତୀ ପଲ। ସିଙ୍ଗିରୀ,କାଂଶ,ଅଯୋଧ୍ୟା,ପାଟଣା ଦେଇ ଏବେ ଗୋପାଳପୁର ଜଙ୍ଗଲ ମୁହାଁ ହୋଇଛନ୍ତି । ହାତୀ ଆତଙ୍କକୁ ନେଇ ଭୟଭୀତ ହୋଇ ରହିଛନ୍ତି ଗ୍ରାମବାସୀ । ନୀଳଗିରି ବନ ବିଭାଗ ପକ୍ଷରୁ ସେମାନଙ୍କୁ ଜଙ୍ଗଲ ମୁହାଁ କରିବା ପାଇଁ ଉଦ୍ୟମ ଜାରି ରହିଛି ।