17 ଜୁଲାଇ ରେ ଚିତାଲାଗି ଅମାବାସ୍ୟା କରନ୍ତୁ ଏହି 1 କାମ ହେବ ଧନର ବର୍ଷା ।

ବନ୍ଧୁଗଣ ସ୍କନ୍ଧ ପୁରାଣ ଅନୁଯାୟୀ ଶ୍ରାବଣ ମାସରେ ଯେଉଁ ଅମାବାସ୍ୟା ଆସିଥାଏ ତାହାକୁ ଚିତାଲାଗି ଅମାବାସ୍ୟା କୁହାଯାଏ । ସ୍ନାନ ମଣ୍ଡପରେ ମହାପ୍ରଭୁ ଏବେ ଭକ୍ତଙ୍କୁ ଦର୍ଶନ ଦେବାକୁ ଆସନ୍ତି ସେତେବେଳେ ସ୍ନାନ ବେଦି କୁ ଚତୁର୍ଥ ମୂର୍ତ୍ତିଙ୍କର ଲଲାଟ ଚିତାଲାଗି କରାଯାଏ । ସ୍ନାନ ମଣ୍ଡପରୁ ଆସିବା ପୂର୍ବରୁ ସେହି ଚିତା କୁ ବାହାରି କରି ରଖି ଦିଆଯାଏ । ରାବଣ ମାସର ଅମାବାସ୍ୟା ଦିନ ସେହି ଚିତା କୁ ମହାପ୍ରଭୁଙ୍କ ଲଲାଟରେ ଲାଗି କରାଯାଏ ।
ସେଥିପାଇଁ ଏହି ଯାତ୍ରାର ନାମ ରହିଛି ଲଲାଟ ଭୂଷଣ ଯାତ୍ରା ଯାହାକୁ ଚିତଉ ଅମାବାସ୍ୟା ବୋଲି କୁହାଯାଏ । ଆଜି ଆମେ ଜାଣିବା ଚିତଉ ଅମାବାସ୍ୟାରେ କେଉଁ କାମ କରିଲେ ଧନର ବର୍ଷା ହୋଇଥାଏ । ଚିତାଲାଗି ଅମାବାସ୍ୟା ଦିନ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ 108 ତୁଳସୀ ପତ୍ର ଅର୍ପଣ କରିବା ଉଚିତ । ଯଦି ଆପଣ ଏହି ଦିନ ତୁଳସୀ ପତ୍ର ମହାପ୍ରଭୁ ଙ୍କୁ ଲାଗି କରୁଛନ୍ତି ତେବେ ମା ଲକ୍ଷ୍ମୀ ଙ୍କର ଅପାର କରୁଣା ପ୍ରାପ୍ତ ହେବ ।
ଯଦି ଶ୍ରୀ କ୍ଷେତ୍ର ଯାଇ ପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ତେବେ ଆଖପାଖରେ ଥିବା ଜଗନ୍ନାଥ ମନ୍ଦିର କୁ ଯାଇ ଦର୍ଶନ କରନ୍ତି । ପଦ୍ମ ପୁରାଣ ରେ କୁହା ଯାଇଛି ଯିଏ ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟା ଦିନ ପିଠା ପ୍ରସ୍ତୁତ କରି ନୈବେଦ୍ୟ କରନ୍ତି ସେମାନେ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ କରିଥାନ୍ତି । ତେବେ ଏହି ଦିନ 2ଟି କାମ ନିଶ୍ଚୟ କରିବା ଉଚିତ ।
ପ୍ରଥମ କାମ ଟି ହେଲା ଗୋଲାକବିହାରୀ ଶ୍ରୀ ଜଗନ୍ନାଥ ଙ୍କୁ ତୁଳସୀ ପତ୍ର 108 ଅର୍ପଣ କରନ୍ତୁ । ଦ୍ଵିତୀୟ କାମ ହେଲା ଘରେ ଚିତଉ ପିଠା ତିଆରି କରି ନୈବେଦ୍ୟ କରନ୍ତୁ । ଏହା ଦ୍ଵାରା ଅନନ୍ତ ପୂଣ୍ୟ ଫଳ ପ୍ରାପ୍ତ ହେବ । ଶାସ୍ତ୍ର ଅନୁଯାୟୀ କୃଷକ ମାନେ ବିଲରେ କାମ କରିବା ବେଳେ ଗେଣ୍ଡା ନ କାମୁଡିବା ପାଇଁ ଚିତାଲାଗି ଅମାବାସ୍ୟା ଦିନ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ଅର୍ପଣ କରାଯାଇଥାଏ ।
ଏହି ଦିନ ଭୋକିଲା ପ୍ରାଣୀଙ୍କୁ ଖାଇବାକୁ ଦେବା ଶୁଭ ହୋଇଥାଏ । ଏହି ଦିନ ଅଟାର ଛୋଟ ଗୁଳା କରି ମାଛ ମାନଙ୍କୁ ଖାଇବାକୁ ଦେବା ଉଚିତ । ଏମିତି କରିଲେ ଅନେକ ଦୁଃଖ ଦୂର ହୋଇଥାଏ । ଏହି ଦିନ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ଦେବା ଉତ୍ତମ ହୋଇଥାଏ ଓ ଗରିବୀ ଦୂର ହୋଇଥାଏ । ଯେଉଁ ମାନଙ୍କର ଜାତକରେ ଚନ୍ଦ୍ରଙ୍କର ସ୍ଥାନ ଠିକ ନାହିଁ ସେମାନଙ୍କୁ ଏହି ଦିନ ଗାଈଙ୍କୁ ଦହି ଓ ଭାତ ଖାଇବାକୁ ଦେବା ଉଚିତ ।
ଏହି ଦିନ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ ଓ ବେଲପତ୍ର ଅର୍ପଣ କରିବା ଦ୍ଵାରା କାଳସର୍ପ ଦୋଷ ଦୂର ହୋଇଥାଏ । ଏହି ଦିନ କଳା ପିମ୍ପୁଡିଙ୍କୁ ଅଟା ଓ ଚିନୀରେ ମିଶ୍ରିତ ଗୁଳା ଖାଇବାକୁ ଦେଲେ ପାପ କ୍ଷୟ ହୁଏ । ଏହି ଦିନ ରାତିରେ 5ଟି ନାଲି ଫୁଲ ଓ ଜଳୁଥିବା ଦୀପକୁ ନଦୀରେ ଭସାଇବା ଦ୍ଵାରା ପ୍ରବଳ ଧନ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।