ଦେଶ ବିଦେଶ

IRCTC ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି, ଇ-ଟିକେଟ ବୁକିଂରେ ବାଧାପ୍ରାପ୍ତ – Utkal Mail



ଭୁବନେଶ୍ୱର: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇଆରସିଟିସିର ଆପ୍ ମଧ୍ୟ ଚାଲୁ ନାହିଁ।

ସେପଟେ ଏନେଇ ଯାତ୍ରୀ ଅଭିଯୋଗ କରିଛନ୍ତି। ଏହାକୁ ସଜାଡୁଛନ୍ତି ବୈଷୟିକ ଟିମ୍‌। ଟେକ୍ନିକାଲ ତ୍ରୁଟି କାରଣରୁ ସେବା ଉପଲବ୍ଧ ନାହିଁ। ତେବେ ଶୀଘ୍ର ବୁକିଂ ଉପଲବ୍ଧ ହେବ ବୋଲି ଆଇଆର୍‌ସିଟିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button