ଓଡିଶା

ମା’ କାଳୀଜାଇଙ୍କ ପାଖକୁ ଗଲାବେଳେ ଅଘଟଣ, ଚିଲିକା ମଝିରେ ଆଉ ଘୁଞ୍ଚିଲା ନାହିଁ ଡଙ୍ଗା, ଆଉ ତା’ପରେ କଣ ହେଲା ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଚିଲିକା ମଝିରେ ଅଚଳ ହୋଇଯାଇଥିଲା ଡଙ୍ଗା ମା’ କାଳୀଜାଇ ଙ୍କ ନାମ ନେଇ ସେଠାରେ ସମସ୍ତେ ଚିତ୍କାର କରିଲେ, ଆଉ ସମସ୍ତେ କାନ୍ଦିଲେ, ସମସ୍ତଙ୍କ ପାଟିରୁ ଗୋଟିଏ କଥା ଆମକୁ ବଞ୍ଚାଅ ବଞ୍ଚାଅ । ଏହାପରେ ଡଙ୍ଗା ଚାଳକ ଙ୍କ ପାଖରେ ଖବର ପହଞ୍ଚିଥିଲା, ଆଉ ସେପଟୁ ବଞ୍ଚାଇବା ପାଇଁ ଦଉଡି ଆସିଥିଲେ ଆଉ ଗୋଟିଏ ଡଙ୍ଗା ଧରି । ତେବେ ଏତେ ଜଳରାଶି ଭିତରେ ଡଙ୍ଗା ହଲିଯାଉଛି, ତାହା ସହିତ ସେଠାରୁ ଆଉ ଘୁଞ୍ଚୁନଥିଲା । ଆଉ ଡଙ୍ଗାରେ ବସିଥିଲେ ପ୍ରାୟ ୧୦ ଜଣ ଯାତ୍ରୀ ।

କାହାରି ଦେହରେ ଲାଇଭ ଜାକେଟ ନଥିଲା । ହଠାତ ଡଙ୍ଗାଟି ଯାଉ ଯାଉ ଚିଲିକା ମଝିରେ ଅଟକି ରହିଯାଇଥିଲା । ଯେତେବେଳେ କୂଳରୁ ଡଙ୍ଗା ଛାଡିଥିଲା ସେହି ସମୟରେ କେହି ମଧ୍ୟ ଲାଇଭ ଜାକେଟ ପିନ୍ଧି ନଥିଲେ । ଆଉ ଏହିଭଳି ଭାବରେ ଚିଲିକା ମଝିରେ ଏହିଭଳି ଅଚଳ ହୋଇଯାଇଥିଲା ଡଙ୍ଗା । ଏହା ଦେଖି ସମସ୍ତଙ୍କର ଯେମିତି ନିଶ୍ଵାସ ପ୍ରଶ୍ଵାସ ବନ୍ଧ ହୋଇଗଲାଣି । ସମସ୍ତଙ୍କ ମନରେ ଡର, କ’ଣ ହେବ ? କେମିତି ଏଠାରୁ ଉଦ୍ଧାର ହେବୁ ?

ସେପାଖରୁ ପୁଣି ବାହାରି ପଡେ ଆଉ ଏକ ଡଙ୍ଗା । ମାତ୍ର ଚିଲିକା ମଝିରେ ଜଳର ଲହଡି ବହୁତ ଜୋରରେ ଆସୁଥାଏ, ଆଉ ନିୟନ୍ତ୍ରଣ ସହଜରେ ରହିପାରୁନଥିଲା । ଏହିସବୁ କୁ ଦେଖି ସମସ୍ତେ ଚିନ୍ତାରେ ତଥା ସମସ୍ତେ ଡଋଯାଇଥିଲେ । ଯଦି ଡଙ୍ଗାଟି ଓଲଟି ଯାଏ ତେବେ କ୍ଷଣକରେ ଜୀବନ ଚାଲିଯିବ । ଡ

ଙ୍ଗାର ମୋଟର କେଉଁ କାରଣ ବଶତ ଅଧା ବାଟରେ ଖରାପ ହୋଇଯାଇଥିଲା । ଏହାପରେ ସମସ୍ତେ ବିପଦରେ ଯେମିତି ପଡିଗଲେ । କାରଣ ବହୁତ ଯାତ୍ରୀ ଏହିଭଳି ଡଙ୍ଗା ବୁଡି ନିଜର ବହୁମୂଲ୍ୟ ଜୀବନ ହାରିଛନ୍ତି । ସବୁ କଥାକୁ ମାନେ ପକାଇ ଏହି ୧୦ ଜଣ ଯାତ୍ରୀ ମଧ୍ୟ ଡରରେ ଥରୁଥାନ୍ତି ।

ତେବେ ମଧ୍ୟାହ୍ନରେ ବାଲୁଗାଁରୁ କିଛି ଯାତ୍ରୀ ଙ୍କୁ ନେଇ ଏକ ମୋଟର ଚାଳିତ ଡଙ୍ଗା କାଳିଜାଇ କୁ ବାହାରି ଥିଲା ସେଠାରେ ମା’ କାଳିଜାଇ ଙ୍କ ଦର୍ଶନ ସାରି ବାଲୁଗାଁ ଫେରୁଥିବା ସମୟରେ ଚିଲିକା ମଝିରେ ହଠାତ ଡଙ୍ଗାର ମଟୋର ଟି ଖରାପ ହୋଇଯାଇଥିଲା । ଡଙ୍ଗାରେ ପାଣି ମଧ୍ୟ ପଶିବାକୁ ଆରମ୍ଭ କରିଥିଲା ବହୁ ପ୍ରୟତ୍ନ ପରେ କୂଳରେ ପହଞ୍ଚିବା ପରେ ଯାତ୍ରୀମାନେ ଆଶ୍ବସ୍ଥି ପ୍ରକାଶ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button