ଉଡ଼ୁଥିବା ପ୍ରଭୁ ହନୁମାନଙ୍କ ପ୍ରତିମାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରାସ୍ତାରେ ଯାଉଥିବା ଲୋକେ – Utkal Mail
ନୂଆଦିଲ୍ଲୀ: ଦିନକୁ ଦିନ ସମୟ ବଦଳୁଛି। ସମୟ ସହିତ ବିଜ୍ଞାନ ବି ଅଗ୍ରଗତି କରୁଛି। କିଛିବର୍ଷ ମଧ୍ୟରେ ନୂଆନୂଆ ଟେକ୍ନୋଲୋଜି ବଜାରକୁ ଆସିଛି। ଏଥିମଧ୍ୟରେ ଏଆଇ, ଏମଏଲ ଓ ଡ୍ରୋନର ମଧ୍ୟ ଖୁବ ଚାହିଦା ବି ବଢ଼ି ଯାଇଛି।
ଏଭଳି ଟେକ୍ନୋଲୋଜିକୁ ଅପଣାଇ ଡ୍ରୋନରେ ଭଗବାନ ହନୁମାନଙ୍କ ପ୍ରତିମାକୁ ଖଞ୍ଜି ଲୋକେ ରାସ୍ତାରେ ଉଡ଼ାଇଥିବାର ଘଟଣା ସାମ୍ନାକୁ ଆସିଛି।। ଯାହାକୁ ଦେଖିବା ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଆକାଶରେ ଡ୍ରୋନ ସହିତ ପ୍ରଭୁ ହନୁମାନଙ୍କ ପ୍ରତିମା ଉଡୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଥିଲା। ଏହି ଭିଡିଓଟି ପୋଷ୍ଟ ହେବାର କିଛିକ୍ଷଣ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ଭାଇରାଲ ଭିଡିଓଟି ଛତିଶଗଡ଼ର ଅମ୍ବିକାପୁରର ବୋଲି କୁହାଯାଉଛି।
ଭିଡିଓରେ ଡ୍ରୋନକୁ ପବନରେ ଉଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଡ୍ରୋନ ସହିତ ଭଗବାନ ହନୁମାନଙ୍କ ପ୍ରତିମା ବି ଉଡ଼ୁଥିବା ନଜରକୁ ଆସୁଛି। ଏଭଳି ଡ୍ରୋନକୁ ଦଶହରା ଅବସରରେ ନିର୍ମିତ କରାଯାଇଥିଲା ବୋଲି କୁହାଯାଉଛି।
विज्ञान से ही धर्म का काम काज भी चल रहा हैं।😊
pic.twitter.com/ItNpPkC9oH— Santosh Yadav, Ph.D. (@sky_phd) October 25, 2023
ତେବେ ଡ୍ରୋନ ସହିତ ଭଗବାନ ହନୁମାନଙ୍କ ପ୍ରତିମା ଉଡ଼ୁଥିବା ଦୃଶ୍ୟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
और कितनी तरक्की चाहिए अब तो भगवान को भी उड़ने के लिए विज्ञान का सहारा लेना पड़ रहा है
😂😂— 𝖘𝕶𝖚𝖒𝖆𝖗 🇮🇳 (@_sunilkumar_) October 25, 2023



