କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା: ଚଳିତ ବର୍ଷର ୨୬ତମ ମାମଲା – Utkal Mail
ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ପୁଣି ଏକ ଛାତ୍ର ଆତ୍ମହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।। ଏହା ଚଳିତ ବର୍ଷର ୨୬ତମ ମାମଲା। କୋଟା ପୁଲିସ ଅନୁଯାୟୀ ଉତ୍ତରପ୍ରଦେଶର ଜଣେ ୧୭ ବର୍ଷୀୟା ଛାତ୍ରୀ କୋଟାରେ ରହି ନିଟ୍ -ୟୁଜି ପାଇଁ ପ୍ରସ୍ତୁତ ହେଉଥିଲେ। ଉକ୍ତ ଛାତ୍ରୀଙ୍କ ନାଁ ପ୍ରିୟମ ସିଂହ। ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପ୍ରିୟମ ସିଂହ ବର୍ଷେ ହେବ କୋଟାରେ ରହି କୋଚିଂ ନେଉଥିଲେ। ଉଲ୍ଲେଖଯୋଗ୍ୟ, କୋଟାରେ ଗତ କିଛି ବର୍ଷ ଧରି ଛାତ୍ର ଆତ୍ମହତ୍ୟା ବଢ଼ୁଛି। ଚଳିତ ବର୍ଷ ସର୍ବାଧିକ ୨୬ ଛାତ୍ର ଆତ୍ମହତ୍ୟା କଲେଣି। କୋଟା ହଷ୍ଟେଲ ସଂଗଠନ ସଭାପତି ନବୀନ ମିତ୍ତଲ କହିଛନ୍ତି, କୋଟାରେ ପ୍ରାୟ ୩୫୦୦ ହଷ୍ଟେଲ୍ ରହିଛି ଏବଂ ପ୍ରତିବର୍ଷ ଅଢ଼େଇ ଲକ୍ଷରୁ ଅଧିକ ଛାତ୍ର କୋଟାକୁ କୋଚିଂ ନେବାପାଇଁ ଆସନ୍ତି। ତେବେ ଚଳିତ ବର୍ଷ କୋଟାରେ ସର୍ବାଧିକ ଛାତ୍ର ଆତ୍ମହତ୍ୟା କରିଦେଇଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୫ ଥିଲା।