ଜୀବନଶୈଳୀ

ସାମାଜିକ ଦୂରତା ବିଷୟରେ ଶିକ୍ଷା ଦଉଛନ୍ତି ମୟୂର, ମଣିଷକୁ ମଧ୍ୟ ଏମାନଙ୍କ ଠାରୁ ଶିଖିବା କଥା

ନୂଆ ଆସିଥିବା ଏହି ଭୂତାଣୁ ପୁରା ଦେଶରେ ବ୍ୟାପୀ ଯାଇଛି ତେବେ ଏହି ଯୁଦ୍ଧରେ ଏହି ଭୂତାଣୁ ବିରୁଦ୍ଧରେ ଆମ ପାଖରେ ବଞ୍ଚିବା ପାଇଁ କେବଳ ଗୋଟେ ଉପାୟ ଅଟେ ଏହା ସାମାଜିକ ଦୂରତା ଅଟେ । ଏହା ଛଡା କୌଣସି ଚିକିତ୍ସା ଉପାୟ ଏପର୍ଯ୍ୟନ୍ତ ବାହାରି ନାହିଁ, ଯେ ପର୍ଯ୍ୟନ୍ତ ଏହି ରୋଗ ଔଷଧ ପ୍ରାପ୍ତ ହେଉ ନାହିଁ ସେ ପର୍ଯ୍ୟନ୍ତ ସାମାଜିକ ଦୂରତା ଆମ ପାଇଁ ସବୁଠାରୁ ବଡ ଔଷଧ ଅଟେ ।

କିନ୍ତୁ କିଛି ଲୋକ ଏହାକୁ ବୁଝୁ ନାହାନ୍ତି ଓ ଲକଡାଉନ ଭାଙ୍ଗୁଛନ୍ତି ତାଙ୍କ ପାଇଁ କେତେ ଲୋକଙ୍କ ଜୀବନ ବିପଦରେ ପଡୁଛି ତାଙ୍କୁ ବି ବୁଝିବା ଉଚିତ ।

ତେବେ ଆମେ ମଣିଷ ହୋଇ ସାମାଜିକ ଦୂରତା ରଖି ପାରୁ ନାହିଁ କିନ୍ତୁ ଏହି ନିରୀହ ଜୀବ ଜନ୍ତୁ ଏହାକୁ ଆପଣେଇ ନେଇଛନ୍ତି, ଭାରତ ବନ ସେବା ଅଧିକାରୀ ପ୍ରବୀଣ କାସବାନ ମୟୂର ସମୂହ ଏମିତି ଗୋଟେ ଫଟୋ ପୋଷ୍ଟ କରିଛନ୍ତି ଯାହା ଅବିଶ୍ଵସନୀୟ ଅଟେ ଏହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଫଟୋରେ ଆପଣ ସ୍ପଷ୍ଟ ଭାବରେ ଦେଖି ପାରନ୍ତି ଯେ ଆମ ରାଷ୍ଟ୍ର ପଖି କେମିତି ସାମାଜିକ ଦୂରତା ରଖିଛନ୍ତି, ଏହି ଫଟୋ ରାଜସ୍ଥାନ ଗୋଟେ ସ୍କୁଲ ର ଅଟେ ଯେଉଁଠି ମାୟୁର ବସିଛନ୍ତି କିନ୍ତୁ ତାଙ୍କୁ ସାମାଜିକ ଦୂରତା ଧ୍ୟାନ ଅଛି ।

ପ୍ରବୀଣ କାସବାନ ଏହାକୁ ପୋଷ୍ଟ କରିଥିଲା ବେଳେ ଲେଖିଥିଲେ : ଆମ ରାଷ୍ଟ୍ର ପଖି ଦ୍ଵାରା ଲକଡାଉନ ମଧ୍ୟରେ ସାମାଜିକ ଦୂରତା ବିଷୟରେ କିଛି ଶିଖନ୍ତୁ, ନାଗୋର ସରକାରୀ ସ୍କୁଲ ଠାରୁ ଏହି ଫଟୋ ଅଟେ । ଏହି ଫଟୋ ସୋଶିଅଲ ମିଡିଆ ରେ ବହୁତ ଶୀଘ୍ର ଭାଇରାଲ ହୋଇଛି । ତେବେ ଆମେ ସମସ୍ତଙ୍କୁ ଏହା ଅନୁରୋଧ କରୁଛୁ ଯେ ଆପଣ ମଧ୍ୟ ସାମାଜିକ ଦୂରତା ବିଷୟରେ ଗମ୍ଭୀର ହୋଇ ଚିନ୍ତା କରନ୍ତୁ ଏବଂ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।

ତେବେ ଯେଉଁଠି ମଣିଷ ଏହିସବୁ କଥାକୁ ଅବମାନନା କରୁଛି ସେଠି ଏହି ନିରୀହ ଜୀବ ଜନ୍ତୁ ମାନେ ଆମକୁ ବହୁତ କିଛି ଶିକ୍ଷା ଦେଉଛନ୍ତି । ବର୍ତ୍ତମାନ ଆମମାନଙ୍କ ପାଇଁ ସାମାଜିକ ଦୁରତ୍ଵ ବହୁତ ଆବଶ୍ୟକ, ସେଥିପାଇଁ ଯେତେ ସମ୍ଭବ ଆପଣମାନେ ଏହାକୁ ପାଳନ କରନ୍ତୁ । ଏବଂ ଏହି ଭୟଙ୍କର ଭୂତାଣୁ ସହ ଲଢିବାରେ ସରକାରଙ୍କ ସାଥ ଦିଅନ୍ତୁ । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button