ଜୀବନଶୈଳୀ

ଅତ୍ୟଧିକ ଶୋଇବା ପରେବି ନିଦ ପୂରା ହେଉ ନାହିଁକି? ଆପଣଙ୍କୁ ହୋଇଥାଇ ପରେ ଏହି ଘାତକ ରୋଗ ଜାଣି ରଖନ୍ତୁ

ସାଧାରଣ ମଣିଷ କାମ କରିବା ପରେ ନିଜ ଶରୀରକୁ ରେଷ୍ଟ ଦେଇଥାଏ, ଯାହାକି କରିବା ଉଚିତ୍ । ଏମିତିରେ ପ୍ରତ୍ୟେକ ମଣିଷ ନିଜର ଦିନ ଚର୍ଯ୍ୟା ସାରି ସୁଅନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଜଣେ ବ୍ୟକ୍ତି ଅଧିକ ଶୋଇବା ଦ୍ବାରା କିମ୍ୱା କମ୍ ଶୋଇବା ଦ୍ବାରା ସେ ମୃତ୍ୟୁରେ ପଡ଼ିବାର ଅଧିକ ଆଶଙ୍କା ଥାଏ । ପୁଣି ଭଲ ଭାବେ ନ ଶୋଇବାର ଏହି ସମସ୍ୟା ସାଂଘାତିକ ହୋଇପାରେ । ଯାହାକି ଏକ ବହୁତ୍ ବଡ଼ ରୋଗ କିନ୍ତୁ ଅନେକ ଏହାକୁ ଜାଣନ୍ତି ନାହିଁ । ଶୋଇବା ସମ୍ବନ୍ଧୀୟ ସମସ୍ୟା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ଭାବରେ ପ୍ରଭାବ ପକାଇଥାଏ । ପର୍ଯ୍ୟାପ୍ତ ନିଦ ପାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

ସେଥିପାଇଁ କୁହାଯାଏ ଯେ ଆଠ ଘଣ୍ଟା ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆପଣ ଜାଣନ୍ତି କି ଶୋଇବା ସହ ଜଡିତ ଅନେକ ରୋଗ ଅଛି, ଯେଉଁଥିପାଇଁ ସାରା ବିଶ୍ୱରେ ଅନେକ ଲୋକ ଯନ୍ତ୍ରଣା ଭୋଗୁଛନ୍ତି । ଏପରି ଏକ ରୋଗ ହେଉଛି “ହାଇପରସୋମ୍ନିୟା” । ଯାହାକୁ ନିଦ୍ରାହୀନତା ମଧ୍ୟ କୁହାଯାଏ । ଏହା ଏକ ନିଦ୍ରା ବ୍ୟାଧି ଯାହା କାରଣରୁ ଦିନରେ ଅତ୍ୟଧିକ ନିଦ ଆସିଥାଏ ଯେତେବେଳେ କି ବ୍ୟକ୍ତି ଆଠ ଘଣ୍ଟା ନିଦ ନେଇ ସାରିଥାଏ । ଆସନ୍ତୁ ଜାଣିବା ହାଇପରସୋମ୍ନିଆର ସମସ୍ୟା ଏବଂ ଲକ୍ଷଣ ବିଷୟରେ ।

ହାଇପରସୋମ୍ନିଆର କାରଣ :- ୱେବଏମଡି ଅନୁଯାୟୀ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଥିବା ଏକ ୱେବସାଇଟ୍, ହାଇପରସୋମ୍ନିୟା ଅର୍ଥାତ୍ ଅତ୍ୟଧିକ ନିଦ୍ରାର କାରଣ ହେଉଛି, ନାର୍କୋଲେପିସି (ଦିନରେ ନିଦ୍ରା ଆସିବା) ଏବଂ ସ୍ଲିପଏପ୍ନିଆ, (ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସରେ ବାଧା) ଦ୍ବାରା, ରାତିରେ ପର୍ଯ୍ୟାପ୍ତ ନିଦ ନହେବା, ଓଜନ ଅଧିକ ହେବା, ଅତ୍ୟଧିକ ଡ୍ରଗ୍ କିମ୍ବା ମଦ୍ୟପାନ, ମୁଣ୍ଡରେ ଆଘାତ ଲାଗିବା କିମ୍ବା ପାର୍କିନ୍ସନ୍ ରୋଗ ପରି ସ୍ନାୟୁଗତ ସମସ୍ୟା ହେବା କାରଣରୁ, ଅଥବା ଚାପ ଯୋଗୁଁ ।

ହାଇପରସୋମ୍ନିଆର ଲକ୍ଷଣ :- ତେବେ ହାଇପରସୋମ୍ନିଆର ପ୍ରାଥମିକ ଲକ୍ଷଣ ହେଉଛି ଅତ୍ୟଧିକ ନିଦ୍ରା । ଏହା ବ୍ୟତୀତ, ଦିନକୁ ଅନେକ ଥର ଶୋଇବା, ୯ ଘଣ୍ଟାରୁ ଅଧିକ ସମୟ ଶୋଇବା ପରେ ମଧ୍ୟ ଆରାମ ଅନୁଭବ ନକରିବା, ନିଦରୁ ଉଠିବାକୁ ଚେଷ୍ଟା କରିବାବେଳେ ଭ୍ରମିତ ଅନୁଭବ କରିବା ଆଦି ଏହାର ଅନ୍ୟତମ ଲକ୍ଷଣ ଅଟେ ।

ହାଇପରସୋମନିୟାର ଚିକିତ୍ସା :- ପ୍ରତିଦିନ ରାତିରେ ଗୋଟିଏ ସମୟରେ ଶୋଇବାକୁ ଯାଆନ୍ତୁ । ମଦ୍ୟପାନ ଏବଂ କଫିନ୍ ଗ୍ରହଣରୁ ଦୂରେଇ ରୁହନ୍ତୁ । ଏକ ଶାନ୍ତିପୂର୍ଣ୍ଣ ଶୋଇବା ପରିବେଶ ସୃଷ୍ଟି କରନ୍ତୁ । ଯଥା ସମ୍ଭବ ଔଷଧରୁ ଦୂରେଇ ରୁହନ୍ତୁ ଯାହା ନିଦ୍ରାହୀନତା ସୃଷ୍ଟି କରିପାରେ । ଆଉ ମୁଖ୍ୟତଃ ବିଳମ୍ବିତ ରାତିରେ କାମ କରିବା ଠାରୁ ଦୂରେଇ ରୁହନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button