କେମିତି କମିବ ବଡ ପେଟ ?

କ୍ରିକେଟ ହେଉ, ଫୁଟବଲ ହେଉ ବା ଅନ୍ୟାନ୍ୟ କିଛି ଖେଳ ହେଉ ପିଲା ମାନେ ଏହି ସବୁ ଖେଳ ଖେଳିଲେ ସେମାନଙ୍କ ଶାରୀରିକ ବିକାଶ ହେବା ସହ ମାନସିକ ବିକାଶ ହେବ ଏହା ସହିତ ପିଲା ମାନେ ଫିଟ ରହିବେ । ପିଲା ମାନଙ୍କ ଭଳି ଆପଣ ମାନେ ବି ଚାହିଁଲେ ସକାଳ ସମୟରେ ଯୋଗ, ବାୟମ ଓ ମର୍ନିଙ୍ଗ ୱାକ କରିପାରିବେ । ଏହି ସବୁ କାମ କରିବା ଦ୍ଵାରା ଆପଣ ମାନେ ଶୀଘ୍ର ନିଜ ମୋଟାପଣକୁ କମାଇ ପାରିବେ ।

ବନ୍ଧୁଗଣ ଏହା ସହିତ ଆପଣ ମାନଙ୍କୁ ନିଜ ଖାଦ୍ୟ ଖାଇବାର ଟାଇମିଙ୍ଗ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର ଖାଦ୍ୟ ପେୟର କୌଣସି ଟାଇମ ଟେବୁଲ ନାହିଁ । ଆପଣ ମାନେ ସକାଳ, ଖରାବେଳ ଓ ରାତିରେ ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ଖାଦ୍ୟ ସେବନ କରନ୍ତୁ । ଖାଦ୍ୟ ପେୟର ଅବହେଳା ପାଇଁ ମୋଟାପଣର ଶିକାର ହୋଇଥାନ୍ତି ଲୋକମାନେ ।

ବନ୍ଧୁଗଣ ଆପଣ ମାନେ ଦିନକୁ ୩ ରୁ ୪ ଲିଟର ପାଣି ନିଶ୍ଚୟ ପିଅନ୍ତୁ । ପାଣି ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ । ଅଧିକାଂଶ ଲୋକ ବହୁତ କମ ପାଣି ପିଅନ୍ତି । ଆପଣ ମାନେ ସକାଳ ସମୟରେ ବାସୀ ମୁହଁରେ ଦୁଇ ଗ୍ଳାସ ପାଣି ନିଶ୍ଚୟ ପିଅନ୍ତି । ଯଦି ହୋଇପାରିବ ତା ହେଲେ ଆପଣ ଅଳ୍ପ ଉଷୁମ ପାଣିର ସେବନ ମଧ୍ୟ କରିପାରିବେ । ଏହି ସବୁ ଉପାୟ କରିବା ଦ୍ଵାରା ଆପଣ ନିଜ ମୋଟାପଣକୁ ବହୁତ ଶୀଘ୍ର କମାଇ ପାରିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ



